ଗଞ୍ଜାମ ଏନଏସିରେ ଭତ୍ତା ବଣ୍ଟନ କଲେ ବିଧାୟକ

ଗଞ୍ଜାମ,(ୱାଇଏନଏସ):ଗଞ୍ଜାମ ଏନଏସି କାର୍ଯ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା (ସାମାଜିକ ସୁରକ୍ଷା ବିଭାଗ, ଗଞ୍ଜାମ) ଆନୁକୂଳ୍ୟରେ ଆୟୋଜିତ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲର ଜିଲ୍ଲାସ୍ତରୀୟ ଶୁଭ ଉଦ୍ଘାଟନ ଉତ୍ସବ ବ୍ରହ୍ମପୁର ସ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ ଯୋଗଦେଇ 138 ଜଣଙ୍କୁ ଭତ୍ତା ବଣ୍ଟନ କରିଥିଲେ l ଏହି ଅବସରରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ, କଉଁନସିଲାର ପୁରୁଷୋତ୍ତମ ସାହୁ, ଅରୁଣ କୁମାର ପଣ୍ଡା, ପି. ଚନ୍ଦ୍ର ଶେଖର ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ସିଓ -ଅଞ୍ଜଳି ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ, ପୋଗ୍ରାମ ଆସିଷ୍ଟାଣ୍ଟ ପଦ୍ମ ଚରଣ ସାହୁ ସହଯୋଗ କରିଥିଲେ l ଏହି ଅବସରରେ ଗଞ୍ଜାମ ଏନଏସି ରେ 138 ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା l ସେଥିମଧ୍ୟରୁ ଦିବ୍ୟାଙ୍ଗ ଭତ୍ତା 01ଜଣ, ଅସାହୟ (ଛାଡ଼ପତ୍ର ) 01ଜଣ, ବାର୍ଦ୍ଧକ୍ୟ 133 ଜଣ, ଅବିବାହିତ 02 ଜଣ ଓ ବିଧବା 01 ଜଣଙ୍କୁ ପ୍ରଦାନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି , ହିତାଧିକାରୀ ମାନେ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ