ଗୀତା ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ)ମୁନିଗୁଡା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶାରଦା ମଣ୍ଡପ ପରିସରରେ ଓଡିଶା ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ଦ୍ୱାରା ଗୀତା ଆବୃତ୍ତି ବା ଗୀତା ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଂଯୋଜକ ଏସ. ବୁଲୁ ଦୋରା ଓ ବ୍ଲକ ସଂଯୋଜକ ଅଜିତ ମହାରଣାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅତିଥିଭାବେ ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅର୍ଣ୍ଣପୂର୍ଣ୍ଣା ଗିରି,ଶିଶୁ ମନ୍ଦିରର ପ୍ରଧାନ ଗୁରୁଜୀ ଉମାକାନ୍ତ ବେରଦଳେଇ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ। ପରେ ଜିଲ୍ଲା ସଂଯୋଜକ ଏସ.ବୁଲୁ ଦୋରା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏଥିସହ ସମସ୍ତଙ୍କ ପାଖରେ ପବିତ୍ର ଗ୍ରନ୍ଥ ଗୀତା ପ୍ରତି ଆଗ୍ରହ ସୃଷ୍ଟି କରିବା ଭାଗବତ ଗୀତା ଜ୍ଞାନକୁ ପହଞ୍ଚାଇବା ଓ ଆଧ୍ୟାତ୍ମିକ ସଂସ୍କାର ଆଣିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏବଂ ସେମାନଙ୍କର ଉତ୍ତମ ଜୀବନ ଗଢିବାରେ ସହାୟକ ହେବ। ସମସ୍ତ ପ୍ରତିଯୋଗୀଙ୍କୁ ସ୍ମରଣ,ନିରନ୍ତରତା, ଆତ୍ମବିଶ୍ୱାସ,ଭକ୍ତିଭାବ ହୋଇ ରହିବାକୁ ଅତିଥି ଓ ବିଚାରକ ମଣ୍ଡଳୀ ମାନେ ପରାମର୍ଶ ଦେଇଥିଲେ l  ଏହି ପ୍ରତିଯୋଗିତାରେ ୩ଟି ଗ୍ରୁପ କରାଯାଇ ପ୍ରତିଯୋଗିତା କରାଯାଇଥିବା ବେଳେ ଗ୍ରୁପ ଏ ରେ ସ୍ୱୟଂଶ୍ରୀ ଦୋରା,ଗ୍ରୁପ ଵି ରେ ଯୋଗୀ ଯୋଗେଶ ମହାରଣା ଏବଂ ଗ୍ରୁପ ସି ରେ ଇପ୍ସିତା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସମସ୍ତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଉକ୍ତ ପ୍ରତିଯୋଗିତାରେ ଅନ୍ୟ ମାନଙ୍କ ମଧ୍ୟରେ ବିଚାରକ ମଣ୍ଡଳୀ ଭାବେ ସଂସ୍କୃତ ମହାବିଦ୍ୟାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକ,ପ୍ରଶାନ୍ତ କୁମାର ପାଣ୍ଡେ, କଳ୍ପନା ମିଶ୍ର,ସଂଯୁକ୍ତା କୁମାରୀ ଦୋରା,ମିନତୀ ପାତ୍ର,ପ୍ରସନ୍ନ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି ବିଚାର କରିଥିବା ବେଳେ ଶିକ୍ଷକ ସମୀର ସାହୁ ଗୁରୁମା,ପ୍ରକାଶ ଚନ୍ଦ୍ର ମୁଦୁଲି,କିଶୋର ଚନ୍ଦ୍ର ପ୍ରଧାନ, କୁମୁଦୁନୀ ମହାରଣା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ। ଏହି ଗୀତା ଜ୍ଞାନ ପ୍ରତିଯୋଗିତାରେ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏକ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶେଷରେ ବ୍ଲକ ସଂଯୋଜକ ଅଜିତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ