୬୦ତମ ଜାତୀୟ ପ୍ରେସ୍ ଦିବସ ପାଳିତ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସ୍ କ୍ଲବ୍ ତରଫରୁ ପ୍ରେସ କ୍ଲବ୍ ସଭପତି ରାଜୀବ ଲୋଚନ ଦାସଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ୬୦ତମ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପ୍ରେସ କ୍ଳବ ଉପଦେଷ୍ଟା ରାମ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସାମ୍ବାଦିକ ସୀମାଞ୍ଚଳ ପଣ୍ତା ଯୋଗଦେଇ ଗଣମାଧ୍ୟମର ଭୂମିକା,ସାମ୍ବାଦିକଙ୍କ ଦାୟିତ୍ୱ, ସାମ୍ବାଦିକଙ୍କ ସୁରକ୍ଷା, ସାମାଜିକ ଉତ୍ତରଦାୟିତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସାଧାରଣ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଛି। ନିର୍ଭୀକ, ନିରପେକ୍ଷ ଓ ସତ୍ୟନିଷ୍ଠ ସାମ୍ବାଦିକତା ହିଁ ଗଣମାଧ୍ୟମର ମୂଳ ପରିଚୟ ବୋଲି ଅତିଥିମାନେ ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ,କ୍ଷମା ସାଗର ଦାସ, ନରେଶ ପାତ୍ର,ଗୁପ୍ତ କୁସୁଲିଆ ପ୍ରମୁଖ ସାମ୍ବାଦିକ ଓ ସାମ୍ବାଦିକତା ଉପରେ ଅଭିଭାବଣ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁନିଗୁଡ଼ା ପ୍ରେସ୍ କ୍ଲବ୍‌ର ସଦସ୍ୟ ଆନନ୍ଦ ଟାକ୍ରୀ, ଧନୁ କୁସୁଲିଆ, ରାଜେଶ ସାହୁ, ସନାତନ ନାୟକ, ଵି. ଆନନ୍ଦ, ଭି. ପ୍ରବୀଣ, ପି. ରାମବାବୁ, ସାମ୍ବାଦିକ ରଞ୍ଜନ ସ୍ୱାଇଁ ପ୍ରମୁଖଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଶେଷରେ ସାମ୍ବାଦିକ ଦକ୍ଷ ବାତ୍ରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ