ଗାନ୍ଧୀନଗରରେ ଅଷ୍ଟ ପ୍ରହର ନାମଯଜ୍ଞ
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଜଗତ କଲ୍ୟାଣ ପାଇଁ ପବିତ୍ର କାର୍ତ୍ତିକ ମାସ ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ହରେକୃଷ୍ଣ, ହରେରାମ ନାମରେ ମୁଖରିତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଆସିକା ପୌର ପରିଷଦ ଅଧିନସ୍ଥ ୧୬ ନମ୍ବର ୱାର୍ଡର ଗାନ୍ଧୀନଗର ସ୍ଥିତ ସଂକଟମୋଚନ ହନୁମାନଙ୍କ ମନ୍ଦିର ନିକଟରେ ଜଗତ କଲ୍ୟାଣ ଲକ୍ଷ୍ୟରେ ପବିତ୍ର କାର୍ତ୍ତିକ ମାସ ଅବସରରେ ମଙ୍ଗଳବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅଷ୍ଟପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି। ନାମପ୍ରେମୀ ପରିଚାଳନା ମଣ୍ଡଳୀ ଭକ୍ତବୃନ୍ଦଙ୍କ ପକ୍ଷରୁ ସଭାପତି ରାମଚନ୍ଦ୍ର ସାହୁ, ସଂପାଦକ ବସନ୍ତ କୁମାର ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ହୀରାଲାଲ ଭଂଜ, ଶଶାଙ୍କ ଶେଖର ପାତ୍ର, ରବିନ୍ଦ୍ର କୁମାର ସ୍ୱାଇଁ, ଶିବମ୍ କୁମାର ସ୍ୱାଇଁ, ସିମାଞ୍ଚଳ ମୁନି, ନାରାୟଣ ପଣ୍ଡା, ସୁଶାନ୍ତ କୁମାର ମହାନ୍ତି, ପ୍ରସନ୍ନ ଗୌଡ, ପ୍ରଦୀପ କୁମାର ଭଂଜ, ସନାତନ ସିୟ, ରବିନ୍ଦ୍ର କୁମାର ବାରିକ, ରଂଜନ ମହାନ୍ତି, ଶିବାନନ୍ଦ ପ୍ରଧାନ, ସେନାପତି ପ୍ରଧାନ, କେଗାର ଗୌରୀ ଭଂଜ, ଲକ୍ଷ୍ମଣ ଗୌଡ, ସତ୍ୟନାରାୟଣ ପ୍ରଧାନ,ସୁରେଶ ସ୍ୱାଇଁ, ନାରାୟଣ ଜେନା, ସୁଦାମ ସାହୁଙ୍କ ସମେତ ବହୁ ଆଧ୍ୟାତ୍ମିକ ପ୍ରେମୀ ଓ ଗାନ୍ଧୀନଗର ସାହି ବାସିନ୍ଦା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ହରେକୃଷ୍ଣ ହରେରାମ ଧ୍ୱନିରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିକଟସ୍ଥ ରାଇପଲ୍ଲୀ, ଗାନ୍ଧୀନଗର, ଲଛମନପଲ୍ଲୀ, ବଜାର ସାହି, କୋଟିବାଡି, ଲଣ୍ଡାଜୁଆଳି ସମେତ ଆଖପାଖ ଗ୍ରାମର ନାମ ସଂକୀର୍ତ୍ତନ ମଣ୍ଡଳୀ ଏହି ଅଷ୍ଟପ୍ରହର ନାମଯଜ୍ଞରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପୂଜାର୍ଚ୍ଚନାରେ ସାମିଲ ହେବା ସାଙ୍ଗକୁ ପ୍ରଭୁ ନିତାଇଗୌରାଙ୍ଗଙ୍କ କୃପାଲାଭ କରୁଥିବା ବେଳେ ଆସନ୍ତାକାଲି ନାମଯଜ୍ଞ ଉଦ୍ଯାପନୀ ପରେ ଦଧିଭାଣ୍ଡ ଭଞ୍ଜନ, ନଗର କୀର୍ତ୍ତନ, ଯମୁନା ସ୍ୱାନ, ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଆସିକା ପୌର ପରିଷଦ ଅଧୀନସ୍ଥ ୧୬ ନମ୍ବର ୱାର୍ଡର ଗାନ୍ଧୀନଗର ସାହିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନିତେଇ ଗୌରାଙ୍ଗ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳକାମନା କରିଥିଲେ । ଆସିକା ପୌର ପରିଷଦ ଅଧୀନସ୍ଥ ଗାନ୍ଧୀନଗରରେ ବିଶ୍ୱକଲ୍ୟାଣ ସାଙ୍ଗକୁ ଭଗବାନଙ୍କ ପ୍ରତି ଶୁଦ୍ଧ ପ୍ରେମଭକ୍ତି ଜାଗ୍ରତ କରିବା, ହରିନାମ ସଂକୀର୍ତ୍ତନର ପ୍ରଚାର କରିବା, ସମାଜରେ ଆଧ୍ୟାତ୍ମିକ ଶାନ୍ତି ଓ ଭାଇଚାରା ସୃଷ୍ଟି କରିବା, ଆଧ୍ୟାତ୍ମିକ ଭାବଧାର ଓ ଭକ୍ତି ଏବଂ ଧାର୍ମିକ ଚେତନାର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଅଷ୍ଟ ପ୍ରହର ନାମଯଜ୍ଞ ମହୋତ୍ସବକୁ ସୁପରିଚାଳନା ପାଇଁ ନାମପ୍ରେମୀ ପରିଚାଳନା ମଣ୍ଡଳୀ ଓ ଗାନ୍ଧୀନଗର ସାହିବାସିନ୍ଦାଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି।


