ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପଞ୍ଚୁକବ୍ରତ ଉଦଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ତୁଳସୀକ୍ଷେତ୍ରରେ ପ୍ରତ୍ୟେକ ବର୍ଷ ଭଳି ଆଜି ହବିଷ୍ୟାଳୀଙ୍କ ପଞ୍ଚୁକ ବ୍ରତ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରର ଝୁଲଣ ମଣ୍ଡପରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀର୍ଘ ୮ବର୍ଷ ଧରି ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପଞ୍ଚୁକ ବ୍ରତ ପାଳନ ପାଇଁ ଶ୍ରୀ’ମାଙ୍କ ଏଭଳି ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଯୋଗଦେଇ କହିଲେ ସର୍ବଦା ଆଧ୍ୟତ୍ମୀକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ପାଇଁ ଶ୍ରୀ’ମାଙ୍କ ଉଦ୍ୟମ ଜାରି ରହିଛି। ଏଥିସହିତ ବିନା ସରକାରୀ ସହାୟତାରେ ଶ୍ରୀ’ମା ଏଭଳି ମହତ କାର୍ଯ୍ୟ ୮ବର୍ଷ ହେବ ଚାଲିିଆସୁଥିବାରୁ ତାଙ୍କର ଏହି ଉଦସ୍ୟମକୁ ସାଧୁବାଦ ଜଣାଇଥିଲେ। ଅନ୍ୟତମ ଅତିଥି ଭାବରେ ସ୍ୱାମୀ ଶିବଚିଦାନନ୍ଦଜୀ ମହାରାଜ, ସ୍ୱାମୀ ବ୍ରହା୍ମନନ୍ଦଜୀ ମହାରାଜ, ସ୍ୱାମୀ ଅଚ୍ୟୁତାନନ୍ଦଜୀ ମହାରାଜ, ସ୍ୱାମୀ ଆନନ୍ଦ ଚୈତନ୍ୟ, ପଣ୍ଡିତ ହୃଷିକେଶ ରଥ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କ୍ଷୀରୋଦ ଚନ୍ଦ୍ର ନାଥ, ଗଗନ ବିହାରୀ ସିଂହ, ନୃସିଂହ ତ୍ରିପାଠୀ ଓ ବ୍ରହ୍ମଚାରୀ ନୃସିଂହ ନାଥ ଦାସ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସଚ୍ଚିକାନ୍ତ ନାଥ, ଦ୍ରୈାପଦୀ ରାଉତ, ବଳଦେବସେନାର ସଭାପତି ପପୁନ ସ୍ୱାଇଁ ଓ ସାଥି, ଧର୍ମଜାଗରଣ ସମନ୍ୱୟର ଶଶାଙ୍କ ଜେନା, ମାଧବ ପ୍ରଧାନ, ଦିବ୍ୟରଞ୍ଜନ ସାହୁ,ଲଳିତ ସାହୁ, ଦିବାକର ସାହୁ, ଅମୀୟ ପଣ୍ଡା, ସୁଧିର, ବୁଲା ଭାଇ, ପ୍ରଜ୍ଞା ବର୍ଷା ସ୍ୱାଇଁ, ମମତାମୟୀ ସାମଲ, ବନଜା ଗୁରୁମା, ଦେବେନ୍ଦ୍ର ସାମନ୍ତ, ପ୍ରମୋଦ ଦାସ, ପୁନମ ନାୟକ(ଶିବାନୀ) ପାଗଳା ନନା, ଶୁଭେନ୍ଦୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨ଶହରୁ ଉର୍ଦ୍ଧ୍ୱ ହବିଷ୍ୟାଳୀ ମା’ମାନେ ଏଥିରେ ଉପସ୍ଥିତ ଥିଲେ।


