ମହାବୀର ଯୁବକ ସଂଘ ପକ୍ଷରୁ ରାଧାକୃଷ୍ଣ ପୂଜା

ହାଟଡିହି,(ପାର୍ଥ ସୌରଭ ସା) ହାଟଡିହି ବ୍ଲକ୍ ବଡ଼ରମ୍ପାସ ଗ୍ରାମର ଦକ୍ଷିଣସାହିସ୍ଥିତ ମହାବୀର ଯୁବକ ସଂଘ ପକ୍ଷରୁ ରାଧାକୃଷ୍ଣ ପୂଜା ମହାସମାରୋହରେ ପାଳିତ ହେଉଛି। ସାତଦିନ ବ୍ୟାପୀ ଏହି ଧାର୍ମିକ ଉତ୍ସବ ଅବସରରେ ଆଜି ସକାଳେ ଭବ୍ୟ କଳସ ଶୋଭାଯାତ୍ରା ଆୟୋଜନ କରାଯାଇ ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ପଣ୍ଡିତ ରବୀନ୍ଦ୍ର ପଣ୍ଡା ଓ ମହେନ୍ଦ୍ର କୁମାର ତ୍ରିପାଠୀଙ୍କ ଦ୍ୱାରା ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି। ଏଥିସହ ପ୍ରତି ସନ୍ଧ୍ୟାରେ ଭଜନ, କୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଶ୍ରୀଧର ସାହୁ, ସ୍ୱଦେଶ ବନ୍ଦିତା ସାହୁ, ସୌମ୍ୟରଞ୍ଜନ ସାହୁ, ପାର୍ଥ ସୌରଭ ସା, ରଙ୍ଗାଧର ଦାଶ, ଜଗମୋହନ ସାହୁ, ଜନ୍ମେଜୟ ବେହେରା, ଅନିଲୀ ସା, ରାଜୀବ ଲୋଚନ ସାହୁ, ମୃତ୍ୟୁଞ୍ଜୟ ବେହେରା ସାମିଲ ହୋଇଥିବା ବେଳେ କମିଟି ସଦସ୍ୟ ଚୈତନ୍ୟ ଜେନା, ଶ୍ରୀକାନ୍ତ ସାହୁ, ସତ୍ୟଜିତ ବେହେରା, ନଗେନ୍ଦ୍ର ପାତ୍ର, ଆଲୋକ ମଣ୍ଡଳ, ସୁବାଷ ସାହୁ ଓ ବିଚିତ୍ର ସାହୁ, ଟୁକୁ ସାହୁ, ଗିରିଧାରି ସାହୁ, ଭାଗିରଥି ବେହେରା, ମନୋରଞ୍ଜନ ଓଝା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଏହି ପୂଜାକୁ ନେଇ ଅଞ୍ଚଳରେ ଏକ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ