ବିଜ୍ଞାନ ମେଳା ଅନୁଷ୍ଠିତ

ତାଳଚେର,(ୱାଇଏନଏସ): ତାଳଚେର ବ୍ଲକ ଘଣ୍ଟପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମୁଷ୍କାନ ବେହେରା ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି। ଏହି ବିଜ୍ଞାନ ମେଳାରେ ୧୨୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ମୁଷ୍କାନ ନିଜର ପ୍ରକଳ୍ପକୁ ସୁନ୍ଦର ଭାବେ ଉପସ୍ଥାପନ କରିବା ସହ ଏହାର କାର୍ଯ୍ୟପ୍ରଣାଳୀ ବୁଝାଇ ବିଚାରକମାନଙ୍କର ପ୍ରଶଂସା ଲାଭ କରିଥିଲେ। ମୁଷ୍କାନଙ୍କ ପ୍ରକଳ୍ପଟି ଭାରତୀୟ ସେନାର ସୁରକ୍ଷା ଓ ପରିବହନ ବ୍ୟବସ୍ଥା ସମ୍ପର୍କିତ ଥିଲା। ସେ ଏହାକୁ ଆକର୍ଷଣୀୟ ଭାବେ ପ୍ରଦର୍ଶନ କରିବା ସହ ପ୍ରକଳ୍ପର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ଓ ଉପଯୋଗିତାକୁ ସ୍ପଷ୍ଟ ଭାବରେ ବୁଝାଇଥିଲେ। ତାଙ୍କର ଏହି ସଫଳତା ବିଦ୍ୟାଳୟ, ଘଣ୍ଟପଡ଼ା ଗ୍ରାମ ତଥା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଛି। ଏହି କୃତିତ୍ୱ ପାଇଁ ଉପଖଣ୍ଡ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନସ୍ୱୟା ସାହୁ, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଦ୍ୟାଳୟର ପୂର୍ବତନ ବିଜ୍ଞାନ ଶିକ୍ଷକ ଉମେଶ ପ୍ରସାଦ ମିଶ୍ର, ସନ୍ତୋଷ ପାଢ଼ୀ, ଅନ୍ତର୍ଯ୍ୟାମୀ ସାହୁ ଓ ସନ୍ତୋଷ ଜେନା ମୁଷ୍କାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ପ୍ରତିଭା ଓ ପରିଶ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରକଳ୍ପ ପ୍ରସ୍ତୁତିରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ କ୍ରୀଷ୍ଣା ସୂତାର ଓ ଅଞ୍ଜଳୀ ବେହେରା ସହଯୋଗ କରିଥିଲେ। ମୁଷ୍କାନ ଘଣ୍ଟପଡ଼ା ଗ୍ରାମର ସଞ୍ଜୟ ବେହେରା ଓ ମିନତୀ ବେହେରାଙ୍କ ଝିଅ। ତାଙ୍କର ଏହି ସଫଳତା ଭବିଷ୍ୟତରେ ଆହୁରି ଉଚ୍ଚ ସଫଳତା ହାସଲ କରିବା ଦିଗରେ ପ୍ରେରଣା ଯୋଗାଇବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ