ଲିଙ୍ଗଗତ ହିଂସା ବିରୋଧୀ ସଚେତନତା ଅଭିଯାନ
ଆସିକା (ୱାଇଏନ୍ଏସ୍) :ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ, ହିଂସାର ଅବସାନ, ପୀଡିତାଙ୍କୁ ସୁରକ୍ଷା, ମହିଳାଙ୍କ ସୁରକ୍ଷା, ମର୍ଯ୍ୟଦା ଓ ସଶକ୍ତିକରଣକୁ ସୁନିଶ୍ଚିତ କରିବା ସହିତ ମହିଳାଙ୍କ ବିରୋଧରେ ବିଭିନ୍ନ ସମୟରେ ହେଉଥିବା ଲିଙ୍ଗଭିତ୍ତିକ ହିଂସାର ନିବାରଣ ଓ ନିରାକରଣ ଉଦ୍ଦେଶ୍ୟରେ ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ମିଶନ୍ ଶକ୍ତି ଗୃହ ପରିସରରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ସମନ୍ୱିତ ଶିଶୁବିକାଶ ଅଧିକାରିଣୀ ଶାନ୍ତିକରସୁଧା ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଲିଙ୍ଗଗତ ହିଂସା ବିରୋଧୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସୁଜିତ୍ କୁମାର ପାତ୍ର, ଅତିରିକ୍ତ ତହସିଲଦାର ଶୁଭଦର୍ଶିନୀ ରାଉତରାୟ, ସଖୀ ସଂସ୍ଥାର ବୈରାଗୀ ପାତ୍ର, ସୁପ୍ରଭା ରାଉତ ପ୍ରମୁଖ ଯୋଗଦେଇ ମହିଳାଙ୍କ ବିରୋଧରେ ହେଉଥିବା ହିଂସାର ପ୍ରକାର, ଶିଶୁବିବାହ ନିଷେଧ ଆଇନ-୨୦୦୬, ଶିଶୁଙ୍କ ଯୌନ ଅପରାଧରୁ ସୁରକ୍ଷା ଆଇନ (ପୋସ୍କୋ-୨୦୧୨) ମହିଳାଙ୍କ ହେଉଥିବା ହିଂସାକୁ ସଦାସର୍ବଦା ନାଁ କରିବା, ଶିଶୁଙ୍କ ମୁଖ୍ୟ ଅଧିକାର, ମହିଳାଙ୍କ ସୁରକ୍ଷା ପାଇଁ ଥିବା ମୁଖ୍ୟ ଆଇନ, ମହିଳାଙ୍କ ଅଧିକାର, ଘରୋଇ ହିଂସା ଆିନ-୨୦୦୫, ଯୌତୁକ ନିଷେଧ ଆଇନ-୧୯୬୧, ଶାରୀରିକ ହିଂସା, ମାନସିକ ଓ ଭାବନାତ୍ମକ ହିଂସା, ଯୌନ ହିଂସା, ଆର୍ଥିକ ହିଂସା ଉପରେ ଆଲୋକପାତ କରିବା ସାଙ୍ଗକୁ ମହିଳାଙ୍କ ଉପରେ ହେଉଥିବା ହିଂସାକୁ ସଦାସର୍ବଦା ବିରୋଧ କରିବା ସାଙ୍ଗକୁ ଜରୁରୀ ସହାୟତା ସମୟରେ ମହିଳା ହେଲ୍ପଲାଇନ୍-୧୮୧, ଜରୁରୀ ପୋଲିସ ହେଲ୍ପଲାଇନ୍-୧୧୨, ଚାଇଡ୍ଡ ହେଲ୍ପଲାଇନ୍-୧୦୯୮, ସାଇବର ଅପରାଧ-୧୯୩୦, ଆଇନଗତ ସହାୟତା-୧୫୧୦୦ ସହ ଯୋଗାଯୋଗ କରିବାକୁ ସଚେତନ କରାଯାଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆସିକା ବ୍ଳକ ସମନ୍ୱିତ ଶିଶୁ ପ୍ରକଳ୍ପ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଲିଙ୍ଗଗତ ହିଂସା ବିରୋଧୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ସିଡିପିଓ ଶାନ୍ତିକରସୁଧା ପଟ୍ଟନାୟକ ଯୋଗଦେଇ ମହିଳାଙ୍କ ପ୍ରତି ହିଂସା ଓ ଭେଦଭାବକୁ ଦୂର କରିବା, ମହିଳାଙ୍କ ଅଧିକାର ସଂପର୍କରେ ଜନଜାଗରଣ ବୃଦ୍ଧି କରିବା, ମହିଳାଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବା, ପୀଡିତାଙ୍କ ଆଇନଗତ ଅଧିକାର ଓ ଆଇନଗତ ସହାୟତା ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଏହି ଲିଙ୍ଗଗତ ହିଂସାବିରୋଧୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ବିପିସି କିରଣ କୁମାର ସାହୁ, ଅଙ୍ଗନବାଡି କର୍ମୀ ନିବେଦିତା ପଟ୍ଟନାୟକ, ମନୋରମା ପଟ୍ଟନାୟକ, ଅନିତା ପଣ୍ଡା, ଅନିତା ବିଶ୍ୱାଳ, ଆରତୀ ପଟ୍ଟନାୟକ, ଗୀତାଞ୍ଜଳୀ ପଣ୍ଡା, ସସ୍ମିତା କୁମାରୀ ପାଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା, ଆଶା ଓ ଅଙ୍ଗନବାଡି କର୍ମି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତା, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଲିଙ୍ଗଗତ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନ ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୧୫ ତାରିଖ ମଧ୍ୟରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା ବେଳେ ମହିଳାଙ୍କ ଉପରେ ହେଉଥିବା ହିଂସାକୁ ବିରୋଧ କରିବା ଏବଂ ବାଲ୍ୟବିବାହକୁ ରୋକିବା ଉପରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।


