ସମ୍ବିଧାନ ଆମକୁ ଅଧିକାର ଦେଇଛି : ଏମ୍.ପି ପ୍ରଦୀପ ପାଣିଗ୍ରାହୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ଶନିବାର ଏକ ସ୍ୱତନ୍ତ୍ର ଉତ୍ସବ ରେ ବ୍ରହ୍ମପୁର ଏମ୍.ପି ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନ ସମଗ୍ର ପୃଥିବୀରେ ଅଦ୍ୱିତୀୟ ଅଟେ। ସମ୍ବିଧାନ ଆମକୁ ପ୍ରଭୂତ ଅଧିକାର ଦେଇଛି।ତେଣୁ ଛାତ୍ରୀ ଛାତ୍ର ବୃନ୍ଦ ସଦା ସର୍ବଦା ସମ୍ବିଧାନର ମୁଖବନ୍ଧ ପଢ଼ିବା ସହ ତାକୁ ଯଥୋଚିତ ସମ୍ମାନ ଦେବା ଆବଶ୍ୟକ ବୋଲି କହିଥିଲେ।ପରେ ସମ୍ବିଧାନ ମୁଖବନ୍ଧ ପଠନ କରି ସମସ୍ତେ ଶପଥ ନେଇଥିଲେ। ଗତ ଗୁରୁବାର ସମ୍ବିଧାନ ଦିବସ ଅବସରରେ କଲେଜ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀ ଛାତ୍ର  ମାନଙ୍କୁ ପୁରସ୍କୃତ ପାଇଁ ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡ଼ଙ୍ଗି  ଅଧ୍ୟକ୍ଷତା କରିଥିଲେ।  ନୋଡାଲ ଅଫିସର ତଥା ଅଧ୍ୟାପକ କୈଳାସ ଦିୱାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥିଭାବେ ଆସିକା ବିଜ୍ଞାନ କଲେଜ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼. ଅଭୟ କୁମାର ପରିଚ୍ଛା ପଟ୍ଟନାୟକ, ଖେମୁଣ୍ଡିି କଲେଜ ରସାୟନ ବିଜ୍ଞାନ ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର, ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ଼. ଅନିତା ପାଣି ପ୍ରମୁଖ ମଞ୍ଚାସିନ ଥିଲେ।ସଭା ଶେଷରେ ଇଂରାଜୀ ଅଧ୍ୟାପକ ଡ଼. ହର୍ଷ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କଲେଜର ସମସ୍ତ  ଅଧ୍ୟାପିକା, ଅଧ୍ୟାପକ କର୍ମଚାରୀ ବୃନ୍ଦ, ଛାତ୍ର ସଂସଦ ନିର୍ବାଚିତ କର୍ମକର୍ତ୍ତା ଓ ବହୁ ସଂଖ୍ୟକ  ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ