ପୁଲିସ କର୍ମଚାରୀ ମାନେ ପୋଷ୍ଟାଲ ବ୍ୟାଲେଟ୍ ରେ ନିଜ ମତଦାନ ସାବ୍ୟସ୍ତ କଲେ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ) ଭୋଟ ଦେବା ହେଉଛି ସମସ୍ତଙ୍କର ସାମ୍ବିଧାନିକ ଅଧିକାର । ତେଣୁ ସମସ୍ତେ ଭୋଟ ଦେବାର ଉଚିତ୍ । କିନ୍ତୁ ନିଜର କାର୍ଯ୍ୟରେ ବ୍ୟସ୍ତତା ଥିବା ଯୋଗୁଁ ନିର୍ବାଚନରେ ଭୋଟ ଦେଇପାରିନଥାନ୍ତି ପୁଲିସ ଅଫିସର ଓ କର୍ମଚାରୀ ମାନେ । ଯାହାଫଳରେ ଭୋଟର ହାର ହ୍ରାସ ହୋଇଥାଏ । ତେଣୁ ଚଳିତ ନିର୍ବାଚନରେ ସମସ୍ତ ପୁଲିସ ଅଫିସର ଓ କର୍ମଚାରୀ ମାନେ କିଭଳି ଭାବେ ନିଜର ବହୁମୂଲ୍ୟ ଭୋଟ ଦେବେ ସେନେଇ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ । ଚଳିତ ସାଧାରଣ ନିର୍ବାଚନ ନିମନ୍ତେ କାର୍ଯ୍ୟରତ ଗଂଜାମ ଜିଲ୍ଲାର ସମସ୍ତ ପୁଲିସ ଅଫିସ ଓ କର୍ମଚାରୀ ମାନଙ୍କ ନିମନ୍ତେ ଭୋଟ ଦେବାନେଇ ଆଜି ସ୍ଥାନୀୟ ଡିଆଡିଏ ସମ୍ମିଳନୀ କକ୍ଷ ଠାରେ ବ୍ୟବସ୍ଥା କରାଯାଇଥିଲ।। ଡିଆରଡିଏ ସମ୍ମିଳନୀ କକ୍ଷକୁ ଆସି ଜିଲ୍ଲାର ସମସ୍ତ ପୁଲିସ ଅଫିସର ଓ କର୍ମଚାରୀ ମାନେ ପୋଷ୍ଟାଲ ଭୋଟ ଦେବା ସହିତ ନିର୍ବାଚନ କମିଶନର ଏଭଳି ପଦକ୍ଷେପକୁ ସେମାନେ ସ୍ୱାଗତ କରିଛନ୍ତିା ଭୋଟ ଦେବା ଏବଂ ନିଜର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମନୋନୟନ କରିବା ଏଭଳି ଆଶା ରହିଥାଏ ସମସ୍ତଙ୍କର । କିନ୍ତୁ ଏଭଳି ଆଶା ରହିଥିଲେ ମଧ୍ୟ ଭୋଟ ଦେବାକୁ ବଂଚିତ ହେଉଥିଲେ ନିର୍ବାଚନକୁ କିଭଳି ଭାବେ ଶାନ୍ତିଶୃଙ୍ଖଳାରେ ଶେଷ କରିବା ନିମନ୍ତେ କାର୍ଯ୍ୟରତ ଥିବା ପୁଲିସ ଅଫିସର ଓ କର୍ମଚାରୀ ମାନେ । କିନ୍ତୁ ଚଳିତ ନିର୍ବାଚନରେ କିଭଳି ଭାବେ ସମସ୍ତେ ଭୋଟ ଦେଇପାରିବେ ସେନେଇ ନିର୍ବାଚନ କମିଶନ ନୂତନ ପଦକ୍ଷେପ ନେଇଛନ୍ତି । ତାହା ହେଲା ସମସ୍ତ ପୁଲିସ ଅଫିସର ଓ କର୍ମଚାରୀ ମାନେ ନିର୍ବାଚନ ପୂର୍ବରୁ ନିଜର ମତଦାନ କରିପାରିବେ । ସେହିକ୍ରମେ ଆଜି ଜିଲ୍ଲାରେ ପୁଲିସ ଅଫିସ ଓ କର୍ମଚାରୀ ମାନେ ଛତ୍ରପୁର ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷକୁ ଯାଇ ନିଜର ମତଦାନ କରିଛନ୍ତିା ବ୍ରହ୍ମପୁର ଓ ଆସିକା ଲୋକସଭା ଏବଂ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୁଲିସ ଅଫିସର ଓ କର୍ମଚାରୀ ମାନେ ନିଜର ମତଦାନ କରିଛନ୍ତି । ଆଜି ତିନୋଟି ସବଡିଭିଜନର ପ୍ରିଜାଇଡିଂ ଅଫିସରଙ୍କ ନିକଟରେ ମୋଟ ୭୦ ଜଣ ପୁଲିସ କର୍ମଚାରୀ ନିଜ ନିଜର ଭୋଟ ପୋଷ୍ଟଲ ବ୍ୟାଲେଟ ମାଧ୍ୟମରେ ମତଦାନ କରିଥିଲେ । ଉକ୍ତ ପୋଲିସ କର୍ମଚାରୀ ମାନଙ୍କୁ ହେଡକ୍କ୍ାଟର ଡିଏସପି ଦିଲିପ ଦାସ ଚିହ୍ନଟ କରିଥିଲେ । ଏହି ପ୍ରକ୍ରୀୟା ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏଁ ଚାଲିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ