ଜିଲ୍ଲା କମିଟି ପକ୍ଷରୁ ନାରୀ ନିର୍ଯ୍ୟାତନା ବିରୋଧରେ ବିକ୍ଷୋଭ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଭାରତୀୟ ମହିଳା ଫେଡେରେସନ ପକ୍ଷରୁ ନାରୀ ନିର୍ଯ୍ୟାତନା ବିରୋଧରେ ଦେଶ ବ୍ୟାପି ଆନ୍ଦୋଳନ ବିକ୍ଷୋଭ ହେଉଥିବା ବେଳେ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ବର୍ଷା ସତ୍ୱେ ଫେଡେରେସନ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ଦେଶରେ ମହିଳାମାନେ ଅସୁରକ୍ଷିତ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଚିତ୍କାର କଲେ ମଧ୍ୟ ପ୍ରକୃତରେ ମହିଳାଙ୍କ ନିକଟରେ ସୁରକ୍ଷାର ବାର୍ତ୍ତା ପହଁଚି ପାରୁନାହିଁ । ଉନ୍ନୁୱା ଠାରୁ ପୁରୀ ପର୍ଯ୍ୟନ୍ତ ,ନିର୍ଭୟା ଠାରୁ ଡଃ.ପ୍ରିୟଙ୍କା ରେଡ୍ଡୀ ପର୍ଯ୍ୟନ୍ତ ସର୍ବତ୍ର ଆଜି ମହିଳାମାନେ ଅସୁରକ୍ଷିତ । ଏକବିଂଶ ଶତାଦ୍ଦିରେ ମହିଳାମାନଙ୍କୁ ପଣ୍ୟ ଭାବରେ ବ୍ୟବହାର କରାଯାଉଛି । ଆଜିବି “ରେବତୀ” ମାନେ ବିଦ୍ୟମାନ ଖାଲି ସରକାରର ବାହୁ ଦସ୍ୱବ ପରି । ଥାନାମାନଙ୍କରେ ମହିଳା ଡେକ୍ସ ବୋର୍ଡ ରହିଛି କିନ୍ତୁ ତାହା କାର୍ଯ୍ୟକାରି ହେଉନି । ଏହି ପରିପ୍ରେକ୍ଷୀରେ ଭାରତୀୟ ମହିଳା ଫେଡେରେସନ ପକ୍ଷରୁ ମହିଳାଙ୍କୁ ସୁରକ୍ଷା ଓ ଉପଯୁକ୍ତ ସମ୍ମାନ ଏବଂ ଆଇନଗତ ନ୍ୟାୟ ଦାବୀରେ ଦେଶବ୍ୟାପି ବିକ୍ଷୋଭ ଡାକରାକୁ ସଫଳ କରିବାକୁ ଶତାଧିକ ମହିଳା ପୁରୁଣା ବସଷ୍ଟାଣ୍ଡରୁ ସାଥି ଭଗବତୀ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଲା ଜିଲ୍ଲା ସଭାପତି ସାଥି ନିରୁପମା ମହାନ୍ତିଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମ୍ପାଦିକା ସାଥି ସୁବାସିନୀ ଭଦ୍ର ବର୍ତ୍ତମାନ ମହିଳାମାନେ ଦିନକୁ ଦିନ କିପରି ଅଧିକ ମାତ୍ରାରେ ଅବହେଳିତ ଆଉ ଦୁଷ୍କର୍ମର ଶିକାର ହେଉଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପରେ ସି.ପି.ଆଇ.ର ଜିଲ୍ଲା ସାଧାରଣ ସମ୍ପାଦକ ଆଇନଜୀବି ସାଥି ରମଣୀରଞ୍ଜନ ରାଉତରାୟ,ସଂଗଠନର ସାଥି ଆଦିକନ୍ଦ ରାଉଳ,ସାଥି ନିରଞ୍ଜନ ଦାସ,ସାଥି ସୁହାନା ବେଗମ,ସାଥି ସଶ୍ମିତା ବେହେରା,ସାଥି ଦ୍ରୈାପଦୀ ରାଉତ,ସାଥି ସତ୍ୟ ନାରାୟଣ ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନକରି ମହିଳାଙ୍କ ପ୍ରତି ଦୁଷ୍କର୍ମକାରୀଙ୍କୁ ୭ଦିନ ଭିତରେ ଆଇନଗତ ବିଚାର କରି ଫାଶୀ ଦଣ୍ଡାଦେଶ ଦାବୀ କରିଥିଲେ । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୫୦ଭାଗ ସ୍ଥାନ ସଂରକ୍ଷିତ ଆଦି ଦାବୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ବିକ୍ଷୋଭ ସଂଗଠିତ ହୋଇ ଆନ୍ଦୋଳନକୁ ସ୍ଥଗିତ ରଖାଯାଇ ଆଗାମୀ ଦିନରେଏ ପ୍ରତ୍ୟେକ ଥାନା ଓ ତହସିଲ ସମ୍ମୁଖରେ ବିକ୍ଷୋଭ ପାଇଁ ଡାକରା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ