ମାକ୍ସ-୭୩୭ର ମାନୁଫାକ୍ଚରିଂ ହଟାଇବ ବୋଇଂ ୪୦
ସନ୍ଫ୍ରାନ୍ସିକୋ, (ଏଜେନ୍ସି): ବୋଇଂ ଦ୍ୱାରା ଇଥୋପିୟା ଓ ଇଣ୍ଡୋନେସିଆରେ ହୋଇଥିବା ଦୁର୍ଘଟଣା ପର ଠାରୁ ଏହା ଉପରେ ଅନେକ ପ୍ରଶ୍ନ ଉଠିଥିଲା । ଏଥିରେ କିଛି ତ୍ରୁଟି ଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ଆଲୋଚନା ହୋଇଥିଲା । ଫଳରେ ବୋଇଂ ଏହି ତ୍ରୁଟି ସୁଧାରିବା ପାଇଁ ଏହାର ୭୩୭ଏୟାର୍ଲାଇନ୍ର ମାନ୍ୟୁଫାକ୍ଚରିଂରେ ଅସ୍ଥାୟୀ ଭାବେ ହ୍ରାସ୍ କରିବାକୁ ନିଷ୍ପତ୍ତି ନେଇଛି । ବୋଇଂର କାର୍ଯ୍ୟକାରୀ ଅଧିକାରୀ ଡେନିସ୍ ମୁଝେଲେ ବୁର୍ଗ ଏହି ସୂଚନା ପ୍ରଦାନ କରିଛନ୍ତି । ମୁଝେଲେ ବୁର୍ଗ କହିଛନ୍ତି ଯେ ବୋଇଂ ୭୩୭ ଉତ୍ପାଦନରେ ଅସ୍ଥାୟୀ ଭାବେ ହ୍ରାସ୍ କରିବାକୁ ଯୋଜନା କରାଯାଉଛି । ଯଦ୍ୱାରା ଏହାର ସଫ୍ଟୱେୟାର ଉପରେ କାମ କରିବା ପାଇଁ ଅତିରିକ୍ତ ସଂସାଧନକୁ ପ୍ରାଥମିକତା ଦିଆଯାଇପାରିବ । ଏପ୍ରିଲ୍ ମଧ୍ୟ ଭାଗରୁ ପ୍ରତି ମାସରେ ୫୨ବିମାନର ଉତ୍ପାଦନ ସ୍ଥାନରେ ୪୨ବିମାନର ଉତ୍ପାଦନର ନିଷ୍ପତ୍ତି କରାଯାଇଛ


