ସାମ୍ସଙ୍ଗ୍ ଇଣ୍ଡିଆ ଗାଲାକ୍ସି ଏ୨୦ର ଶୁଭାରମ୍ଭ
ନୂଆଦିଲ୍ଲୀ, (ଏଜେନ୍ସି): ଉଚ୍ଚତର ଆମୋଲେଡ଼୍ ଡିସ୍ପ୍ଲେ, ଆଧୁନିକ-ଚଉଡ଼ା କ୍ୟାମେରା ତଥା ଅତିଶୀଘ୍ର ଚାର୍ଜ ସହିତ ସାମସଙ୍ଗ ଭାଲ୍ୟୁ ସେଗ୍ମେଣ୍ଟ ଯୁକ୍ତ ଗାଲାକ୍ସି ଏ୨୦ ଓଏସ୍ ଆଣ୍ଡ୍ରଏଡ଼୍ ପାଏର ଶୁଭାରମ୍ଭ କରାଯାଇଛି । ଏହାର ମୂଲ୍ୟ ୧୨,୪୯୦ ଟଙ୍କା ରହିଛି । ସାମସଙ୍ଗ ଇଣ୍ଡିଆର ଗାଲାକ୍ସି ଏ୨୦ ଚଳିତ ବର୍ଷ ଗାଲାକ୍ସି ଏ ସିରିଜର ଚତୁର୍ଥ ସ୍ମାର୍ଟଫୋନ୍ । ଗାଲାକ୍ସି ଏ୨୦ରେ ଦୁଇ ପଛପାଶ୍ୱର୍ କ୍ୟାମେରା, ଏକ ଅତ୍ୟାଧୁନିକ ଚଉଡ଼ା ଲେନ୍ସ, ଇନ୍ଫିନିଟ୍ ଭି ଡ଼ିସ୍ପ୍ଲେ ଓ ଶକ୍ତିଶାଳୀ ୪୦୦୦ ଏମଏଏଚ୍ ବ୍ୟାଟେରୀ ରହିଛି । ଏଥିସହିତ ଏଥିରେ ୧୩ଏମ୍ପି ପ୍ରାଇମେରି ଲେନ୍ସ ରହିଛି । ଗାଲାକ୍ସ ଏ୨୦ ରେ ୧୫ୱାଟ ଅଧିକ ଶୀଘ୍ର ଚାର୍ଜ ହେଉଥିବା ୟୁଏସ୍ବି ଟାଇପ୍ ସି, ଏକ୍ସିନମ୍ ୭୮୮୪ ଅକ୍ଟା-କୋର୍ ପ୍ରୋସେସର, ୩ ଜି.ବି. ରାମ ଏବଂ ୩୨ ଜିବି ଆଭ୍ୟନ୍ତରିଣ ମେମୋରି ରହିଛି । ଗାଲାକ୍ସି ଏ୨୦ ତିନୋଟି ଆକର୍ଷଣୀୟ ରଙ୍ଗ ଯଥା-ଲାଲ, ନୀଳ ତଥା କଳା ରଙ୍ଗରେ ଉପଲବ୍ଧ ହେଉଛି । ସାମସଙ୍ଗ ଟିଭିଦୁନିଆ, ସ୍ମାର୍ଟଫୋନ, ପିନ୍ଧିବା ଯୋଗ୍ୟ ଉପକରଣ, ଟାବଲେଟ୍, ବୈଦ୍ୟୁତିକ ଘରୋଇ ଉପକରଣ, ନେଟ୍ୱାର୍କ ସିଷ୍ଟମ ଏବଂ ମେମୋରି, ଏଲ୍ଏସ୍ଆଇ ପ୍ରଣାଳୀ, ଢ଼ଳେଇ ତଥା ଏଲ୍ଇଡ଼ି ଭଳି ଜିନିଷ ସମାଧାନରେ ନିଜକୁ ପୁନଃ ପ୍ରତିଷ୍ଠିତ କରିପାରିଛି ।


