କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ହିଂଜିଳି ଗ୍ରସ୍ତ – ସଭାସ୍ଥଳ ପୋଲିସ ଛାଉଁଣୀ
କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ହିଂଜିଳି ଗ୍ରସ୍ତ ସମୟରେ ସାରାସହର ଦଳୀୟ ବାନା, ପତକା ଓ ବ୍ୟାନରରେ ଭରି ରହିଥିଲା ଏପରିକି ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ପୋଷ୍ଟର, ବ୍ୟାନର, ବାନା ଲଗାଯାଇଥିଲା ।ଯାହକି ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।ଆୟୋଜିତ ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ବ୍ୟତିତ ଅନ୍ୟ କାହାରିକୁ ବକ୍ତବ୍ୟ ଦେବାର ସୁଯୋଗ ମିଳିପାରିନଥିଲା ।ସଭାଶେଷ ପରେ ଦୀର୍ଘ ସମୟ ଧରି ସଭାସ୍ଥଳ ସମ୍ମୁଖ ଭାଗ ୫୯ ନଂ ଜାତୀୟ ରାଜପଥ ଟ୍ରାଫିକ ଜାମ ହୋଇପଡ଼ିଥିଲା । ଯଦ୍ୱାରା ପୋଲିସ ବାହିନୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା ।ଆୟୋଜିତ ସଭା ଶେଷରେ ହିଂଜିଳିକାଟୁର ପୂର୍ବତନ ଉପନଗରପାଳ ପ୍ରକାଶ ସ୍ୱାଇଁ ବିଜେପିରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରଧାନ, ଶ୍ରୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ଭୁଲ ବଶତଃ ବିଜେପି ପରିବର୍ତେ ବିଜେଡ଼ିରେ ଯୋଗଦାନ କରିଥିବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ପରବର୍ତି ସମୟରେ ଭୁଲ ସୁଧାରି ନିଆଯାଇଥିଲା ।