ଚିଦାନନ୍ଦ ଶିଶୁ ସତ୍ସଙ୍ଗର ଯୋଗାସନ ଶିକ୍ଷାଦାନ ଉଦ୍ଘାଟିତ
ଦିଗପହଣ୍ଡି : ସାନ ଡ଼ୁମୁଳା ଗ୍ରାମରେ ଥିବା ବ୍ରହ୍ମେଶ୍ୱର ଶିବ ମନ୍ଦିରରେ ଏକ ନୂତନ ଭାବେ ଶିଶୁ ସତ୍ସଙ୍ଗ ସ୍ୱାମୀ ହରି ଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ବାପୁ ପ୍ରଧାନ, ଏ. ଟୁକୁନା ପାତ୍ର ଅଧ୍ୟକ୍ଷତା କରିଥିଲେ । ଶିଶୁମାନଙ୍କୁ ନେଇ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଶ୍ରୀସୂକ୍ତମ୍, ଶନିଶ୍ଚର ସ୍ତୋତ୍ରମ୍, ଜପ, ଧ୍ୟାନ, ବିଶ୍ୱ ପ୍ରାର୍ଥନା, ହେ ପ୍ରଭୁ ଆନନ୍ଦଦାତା, ମହାମୃତ୍ୟୁଞ୍ଜୟ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ସଫଳତା ମନ୍ତ୍ର, ଦେବୀ ମନ୍ତ୍ର ସହ ବିଶ୍ୱର କଲ୍ୟାଣ ନିମନ୍ତେ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା । କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ସ୍ୱାମୀଜୀ ସୂର୍ଯ୍ୟ ନମସ୍କାର, ଭ୍ରାମରୀ, ହାସ୍ୟାସନ, ଅନୁଲୋମ, ବିଲୋମ, କପାଳ ଭାତି ଇତ୍ୟାଦି ବିଭିନ୍ନ ଆସନ ଶିକ୍ଷା ଦେଇଥିଲେ । ସତ୍ସଙ୍ଗ ପ୍ରତ୍ୟେକ ରବିବାର ସକାଳ ୮ ଘଣ୍ଟା ଠାରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା । ଆଜିର ଶିଶୁ ଭବିଷ୍ୟତର ନାଗରିକ ହେବା ସହ ଭବିଷ୍ୟତରେ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି ଲାଗି ଶୈଶବ ଅବସ୍ଥାରୁ ହିଁ ସ୍ୱାମୀଜୀମାନଙ୍କର ହିତୋପଦେଶ ମାନି, ଆସନ ପ୍ରାଣାୟାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୁରୁଦେବଙ୍କ ବାଣୀ “ଭଲ ହୁଅ, ଭଲ କର” କୁ ଉଦାହରଣ ମାଧ୍ୟମରେ ପ୍ରତିଟି ଶିଶୁଙ୍କୁ ପାଳନ କରି ଜୀବନର ବ୍ରତ ରୂପେ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ମଙ୍ଗଳା ରଣା, ଗଗନ ପ୍ରଧାନ, ରଞ୍ଜିତ ଦାସ, ବି. ଶିବରାମ ପାତ୍ର, ଆଶୀଷ ରଣା, ବାଦଲ ରଣା, ଏସ. ରୂଦ୍ର ନାରାୟଣ ପ୍ରଧାନ, ଶୁଭମ୍ ରଣା, ଜେ. କାଳିଆ ପାତ୍ର, ବି. ରାମ ପାତ୍ର, ଜେ. ଜୀବନ ପାତ୍ର, ପି. ଓମ୍ ପାତ୍ର, ଜେ. ଆନାଶୁ ପାତ୍ର, ଜେ. ସିଦ୍ଧାନ୍ତ ପାତ୍ର, ଏ. ଶୁଭମ୍ ରଣା, ରାକେଶ ରଣା, କେ. ଗୌରୀ ଦାସ, ଏ. ମାନସ ରଞ୍ଜନ ପାତ୍ର, ବି. କାଳୁ ଚରଣ ପାତ୍ର, ଏସ୍. ସ୍ନେହା ପ୍ରଧାନ, ଜେ. ସାଗର ପାତ୍ରଙ୍କ ସହ ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ଏ. ଟୁକୁନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।