ହଷ୍ଟେଲ ର ଜଣେ ଛାତ୍ର ଅସୁସ୍ଥ
ଭଞ୍ଜନଗର (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ର ଜଣେ ଛାତ୍ର ଗତ ୨ଦିନ ହେଲା ଅସୁସ୍ଥ କାରଣରୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି କ୍ଷ ହେଲେ ଡାକ୍ତର ରକ୍ତ ହୀନତା କାରଣରୁ ୪ୟୁନିଟ ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଛନ୍ତି କ୍ଷ ଏସମ୍ପର୍କରେ ତାର ପରିବାର ଲୋକଙ୍କୁ ଜଣାଇବା ପରେ ମଧ୍ୟ କେହି ମେଡିକାଲ କୁ ନ ଆସିବାରୁ ଶିକ୍ଷକମାନେ ଚିନ୍ତା ରେ ପଡ଼ିଯାଇଥିବା ବେଳେ ହଠାତ ସମାଜସେବୀ ଜୟକୃଷ୍ଣ ପଟ୍ଟନାୟକ ଙ୍କୁ ଏବିଷୟରେ ଜଣାଇବାକୁ ସେ ସାଙ୍ଗେ ସାଙ୍ଗେ ରକ୍ତଦାନ କରିବାରୁ ସ୍ଥିତି ରେ ସୁଧାର ଆସିଛି କ୍ଷ ଶ୍ରୀ ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ୫୭ଜଣଙ୍କୁ ରକ୍ତଦାନ କରି ସ୍ଥାନୀୟ ଅଞ୍ଚଳରେ ଏକ ଆଦର୍ଶ ପାଲଟି ଯାଇଛନ୍ତି କ୍ଷ ଦିନ ହେଉ କି ରାତି ଯେକୌଣସି ସମୟରେ ସେ ଖବର ପାଇଲେ ପ୍ରତି ୩ମାସରେ ରକ୍ତଦାନ କରିବା ବିଷୟ ଜଣାଇଛନ୍ତି କ୍ଷ