ଜେଲ ଗଲେ ଆଇଏଏସ୍ ବିଜୟ

ଭୁବନେଶ୍ବର : ଶେଷରେ ଜେଲ ଯାଇଛନ୍ତି ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ। ରିମାଣ୍ଡ ସରିବା ପରେ ବିଜୟ କେତନଙ୍କୁ ଜେଲ୍‌ ପଠାଯାଇଛି । ଲକ୍ଷେ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ । ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ବିଜୟ କେତନ । ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ ଏକ ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିବାର ଜଣାପଡିଥିଲା । ଏହି ଅଭିଯୋଗ ପରେ ରାଜ୍ୟସରକାର ତାଙ୍କୁ ନିଲମ୍ବିତ ମଧ୍ୟ କରିସାରିଛନ୍ତି । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ରବିବାର ଝାରପଡା ଜେଲ୍‌କୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ