ହିିଞ୍ଜିଳି ଥାନା ପରିଦର୍ଶନ କଲେ ଦକ୍ଷିଣାଂଚଳ ପୋଲିସ ଡ଼ିଆଇଜି
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ରବିବାର ପୂର୍ବାହ୍ନରେ ଦକ୍ଷିଣାଂଚଳ ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇ ଅଚାନକ ହିଂଜିଳି ଥାନା ପରିଦର୍ଶନ କରିଥିଲେ । ପୋଲିସ ଡ଼ିଆଇଜି ଭୋଇ ହିଂଜିଳି ଥାନାରେ ପଂହଚି ଥାନାର ପରିସୀମା ବୁଲି ଦେଖିବା ସହ କ୍ରାଇମ, କ୍ରିମିନାଲ ରେକର୍ଡ଼ର ସମୀକ୍ଷା କରିବା ସହ ଥାନାରେ କାର୍ଯ୍ୟରତ ଅଧିକାରୀଙ୍କ ସମେତ ହାବିଲଦାର ଓ କନେଷ୍ଟବଳ ମାନଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କ ମଧ୍ୟରୁ କେଉଁ କେଉଁ ଅଧିକାରୀ ଓ କର୍ମଚାରୀ ଷ୍ଟାପ କ୍ୱାର୍ଟରରେ ରହୁଛନ୍ତି ଓ କେଉଁ ମାନେ ବାହାରେ ରହୁଛନ୍ତି ପଚାରି ବୁଝିଥିଲେ । ଥାନା ପରିସର ସ୍ୱଛତା ସହ ପରିଷ୍କାର ଓ ପରିଛନ୍ନତା ଦେଖିବା ସହ ଥାନା ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଦକ୍ଷିଣାଂଚଳ ପୋଲିସ ଡ଼ିଆଇଜି ଭୋଇଙ୍କ ଗ୍ରସ୍ତ ସମୟରେ ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟ, ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ସମସ୍ତ ଏସ.ଆଇ. ପ୍ରଦିପ୍ତ କୁମାର ଦାଶ, ଏ.ଏସ.ଆଇ, ଶରତ ଚନ୍ଦ୍ର ମହାପାତ୍ର, ପ୍ରକାଶ ଚନ୍ଦ୍ର ବେହେରା, ରାଜନ ବିଷୋୟୀ, ସୁରଥ ଭୂୟାଁ, ହାବିଲଦାର ରାଜିବ କୁମାର ପାଢିଙ୍କ ସମେତ କନେଷ୍ଟବଲ ଓ ହୋମଗାର୍ଡ଼ ମାନେ ଉପସ୍ଥିତ ଥିଲେ ।


