ମହାକାଶ ଚାରୀଙ୍କୁ ଦିଆଯିବ ସ୍ୱତନ୍ତ୍ର ଖାଦ୍ୟ-ଇସ୍ରୋ

ବେଙ୍ଗାଲୁରୁ – ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ୨୦୨୧ରେ ପ୍ରଥମ ଗଗନଯାନ ମହାକାଶକୁ ପଠାଇବ। ଏଥଇପାଇଁ ଦେଶରୁ ୪ ମହାକାଶ ଯାତ୍ରୀଙ୍କୁ ଚୟନ କରିଛି, ଯେଉଁମାନେ ଏହି ମିଶନରେ ସାମିଲ ହେବେ । ଚଳିତମାସ ୩ୟ ସପ୍ତାହରେ ଏମାନଙ୍କୁ ପ୍ରଶିକ୍ଷଣ ପାଇଁ ରୁଷ ପଠାଯିବ । ତେବେ ଏହି ମିଶନର ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ମହାକାଶ ଯାତ୍ରୀମାନେ ମିଶନରେ ଯିବା ପରେ ମହାକାଶରେ କ’ଣ ଖାଇବେ ତାହା ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଟୟ ତେବେ ଇସ୍ରୋ ମହାକାଶ ଯାତ୍ରୀଙ୍କ ଲାଗି ୨୨ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି । ମହୀଶୂରସ୍ଥିତ ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ପ୍ରୟୋଗଶାଳା(ଡିଏଫଆରଏଲ) ଏହି ଖାଦ୍ୟ ପ୍ରସ୍ତୁତ କରି ତାହାର ସାମ୍ପୁଲ ଇସ୍ରୋକୁ ଯାଞ୍ଚ ପାଇଁ ପଠାଇଛି । ଏସବୁ ଖାଦ୍ୟ ମଧ୍ୟରେ ହାଲ୍କା ଫୁଲ୍କା ଖାଦ୍ୟ, ଅଧିକ ଶକ୍ତି ଉତ୍ପନ୍ନକାରୀ ଖାଦ୍ୟ, ଡ୍ରାଏ ଫ୍ରୁଟ୍ସ ଏବଂ ଫଳ ସାମିଲ ରହିଛି । ଡିଆରଏଫଏଲର ଡା. ଅନୀଲ ଦତ୍ତ ସେମୱାଲ କହିଛନ୍ତି ଯେ, ଖାଦ୍ୟ ଗରମ କରିବା ଲାଗି ଏକ ଉପକରଣ ବି ଦେଉଛୁ। ଏହି ଉପକରଣ ଜରିଆରେ ପ୍ରାୟ ୯୨ ୱାଟ୍ ବିଦ୍ୟୁତ୍ ଶକ୍ତିରେ ଖାଦ୍ୟ ଗରମ କରାଯାଇ ପାରିବ। ଏହି ଉପକରଣ ଖାଦ୍ୟକୁ ୭୦ରୁ ୭୫ ଡିଗ୍ରୀ ପର‌୍ୟ୍ୟନ୍ତ ଗରମ କରିବ। ଏହି ଖାଦ୍ୟା ସ୍ବାସ୍ଥ୍ୟକର ଏବଂ ଏହା ଏକ ବର୍ଷ ପର୍ଯ୍ୟନ୍ତ ରହିପାରିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ