ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା – ଜିଲ୍ଲାର ପଟ୍ଟାମୁଣ୍ଡାଇ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ତରଡିପାଳ ଗ୍ରାମପଂଚାୟତର ରାମନାୟକଡିଆ ଗ୍ରାମର ଅଧିବାସୀ ତଥା ଅଭିଭାବକମାନେ ରବିବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିଯୋଗ କରିଥିଲେ ଯେ ତାଙ୍କ ଗ୍ରାମରେ ଦୀର୍ଘ ଦଶନ୍ଧି ଧରି ଚାଲିି ଆସିଥିବା ରାମନାୟକଡିଆ ପ୍ରାଥମିକ ବିଦ୍ୟାଳୟଟିକୁ ପ୍ରାୟ ୧କିଲୋମିଟର ଦୁରରେ ଥିବା ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରିଦିଆଯାଇଛି । ଫଳରେ ରାମନାୟକଡିଆ ପ୍ରାଥମିକ ବିଦ୍ୟାଳୟର ଛୋଟ ଛୋଟ ପିଲାମାନେ ଏକ କିଲୋମିଟର ଦ୍ୱରରେ ଥିବା ସେହି ବିଦ୍ୟାଳୟକୁ କାଇପଡା – ଅମୃତମଣୋହି ମୁଖ୍ୟ ରାସ୍ତାଦେଇ ଯିବା ଅସମ୍ଭବ ହୋଇପଡିଛି । ସର୍ବଦା ବ୍ୟସ୍ତବହୁଳ ରହୁଥିବା କାଇପଡା – ଅମୃତମଣୋହି ରାସ୍ତାରେ ଟ୍ରକ ବସ ଠାରୁ ଆରମ୍ଭକରି ଭାରିଯାନ ଗୁଡିକ ଯାତାୟତ କରୁଥିବାରୁ ସେହି ରାସ୍ତା ଦେଇ କୁନି କୁନି ପିଲାମାନେ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟକୁ ଯିବାରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏହାଛଡା ରାମନାୟକଡିଆ ପ୍ରାଥମିକ ବିଦ୍ୟାଳୟ ଠାରୁ ମାତ୍ର ଏକଶହ ମିଟର ଦୁରରେ ଏକ ଶିଶୁ ମନ୍ଦିର ଖୋଲିବା ପାଇଁ କିଭଳି ଶିକ୍ଷା ବିଭାଗ ଅନୁମତି ପ୍ରଦାନ କଲା ତାହା ତଦନ୍ତ ସାପେକ୍ଷ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଏହିସବୁ ସମସ୍ୟାକୁ ସହୃଦୟତାର ସହିତ ବିଚାର କରାଯାଇ ଛୋଟ ଛୋଟ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷପ ଗ୍ରହଣ କରିବାକୁ ଗ୍ରାମବାସୀ ଓ ଅଭିଭାବକମାନଙ୍କ ପକ୍ଷରୁ ତ୍ରିଲୋଚନ ନାୟକ, ଦୀନେଶ କୁମାର ନାୟକ, ଗୈାତ୍ତମ ନାୟକ, ବିଦ୍ୟାଧର ନାୟକ, ଅଜାମ୍ବର ନାୟକ, ବାମଦେବ ନାୟକ, ଜିତେନ୍ଦ୍ର ନାୟକ, ଦେବାଶିଷ ନାୟକ, ଗଗନ ବିଶ୍ୱାଳ, ବାବୁରାମ ଧଳ, ଖଗେଶ୍ୱର ନାୟକ, ନିତ୍ୟାନନ୍ଦ ନାୟକ, ସୂର୍ଯ୍ୟ କୁମାର ନାୟକ, କାଳନ୍ଦି ପରିଡା, ସୁବାଷ ନାୟକ, ଆଶୁତୋଷ ପ୍ରଧାନ, ରମେଶ ପରିଡା ପ୍ରମୁଖ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଭେଟି ନିବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ