ଅଭିନବ ଉପାୟରେ ପ୍ରଚାର ଆରମ୍ଭ କଲେ ପ୍ରକାଶ
କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଅଭିନବ ଢଙ୍ଗରେ ଭୋଟ ମାଗିଛନ୍ତି। ବଡ଼ମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ସେ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ବଡ଼ମ୍ବା ନରସିଂହପୁର ବିଜେପି ପକ୍ଷରୁ ନରସିଂହପୁରର କମଳାଡିହ ଠାରୁ ଏକ ରାଲି ଦ୍ୱାରା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଓ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ବିଭିନ୍ନ ଗାଁ ବୁଲି ପ୍ରଚାର କରିଛନ୍ତି।
ତେବେ ନରସିଂହପୁର ଚକ୍ରଗଡ ଗାଁରେ ପ୍ରଚାର କଲାବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଭୟ ପ୍ରାର୍ଥୀ ଗାଁରେ ପ୍ରବେଶ ବେଳେ ଗାଁ ଦାଣ୍ଡରେ ମୁଣ୍ଡିଆମାରି ସମସ୍ତ ଗ୍ରାମବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି।


