ହିଂଜିଳିରେ ଦଳୀୟ କର୍ମୀଙ୍କ ପ୍ରଚାର ଜୋରଦାର
ହିଂଜିଳିକାଟୁ, (ଶେଷଦେବ ସାହୁ) : ଆସିକା ଲୋକସଭା ସାଂସଦ ପ୍ରାର୍ଥୀନି ପ୍ରମିଳା ବିଷୋୟୀ ଓ ହିଂଜିଳି ବିଧାନସଭା ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ହିଂଜିଳିକାଟୁ ପୌରାଂଚଳର ଦଳୀୟ କର୍ମୀ ମାନେ ପ୍ରଚାର ଜୋରଦାର ଚଲାଇଛନ୍ତି । ସୋମବାର ସନ୍ଧ୍ୟାରେ ହିଂଜିଳିକାଟୁ ପୌରାଂଚଳର ୱାର୍ଡ଼ ନଂ ୧୧.୧୩.୧୪.୧୫ ଓ ୧୯ ରେ ପ୍ରଚାର ଜୋରଦାର କରିଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ୫ମ ଥର ଲାଗି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବା ସହ ଓଡ଼ିଶାର ବିକାଶ କ୍ଷେତ୍ରରେ ହିଂଜିଳିବାସୀଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବେ କାର୍ଯ୍ୟଧାରା ଜାରୀ ରଖିଛନ୍ତି ତାହାକୁ ପୁଣିଥରେ ବଜାୟ ରଖିବା ପାଇଁ ସ୍ଥାନୀୟ ଅଂଚଳର ଦଳୀୟ କର୍ମୀ ମାନେ ଘରକୁ ଘର ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଭୋଟ ଭିକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ବିଜେଡ଼ି ରାଜ୍ୟ ଆଇନ ସେଲର କର୍ମକର୍ତା ମାନେ ପ୍ରଚାରରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ି, ପ୍ରତିନିଧି ଶରତ ମହାପାତ୍ର, ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୌରାଂଚଳ ସଭାପତି ଭୀମସେନ ବେହେରା, ପୂର୍ବତନ ବିଧାୟକ ହରିହର ସାହୁ, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ୟାରୀ ମୋହନ ପାଢି, ନିଳମଣି ପଟ୍ଟନାୟକ, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ଯୁବନେତା ନିଳମଣି ପଟ୍ଟନାୟକ, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଯୁଧିଷ୍ଟିର ସ୍ୱାଇଁ, କିରଣ ପଟ୍ଟନାୟକ, ତପନ ସାହୁ, କୃଷ୍ଣ ସାହୁ, ବସନ୍ତ ବେହେରା, କାହ୍ନୁ ଚୌଧୁରୀଙ୍କସମେତ ଶତାଧ୍ଖଳ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


