ଦିବ୍ୟ ଜୀବନ ସଂଘର ସାଧନା ଦିବସ

ବ୍ରହ୍ମପୁର : ରଙ୍ଗେଇଲୁଣ୍ଡା ବ୍ଳକ୍ସ୍ଥିତ କମଳାପୁର ଠାରେ ମଙ୍ଗଳବାର ଛତ୍ରପୁର ଦିବ୍ୟ ଜୀବନ ସଂଘ ସହଯୋଗରେ ଶିବାନନ୍ଦ ସେବା ଆଶ୍ରମ (କମଳା ପୁର ଶାଖାରେ) ସ୍ୱାମୀ ଚିତ୍ ଶିବାନନ୍ଦ ସରସ୍ୱତୀଜୀଙ୍କ ୬୯ତମ ଜନ୍ମ ଦିବସ ଉପଲକ୍ଷେ ଏକ ଦିବସୀୟ ସାଧନା ଦିବସ ପାଳିତ ହୋଇଯାଇଛି । ର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ପ୍ରାତଃ ବ୍ରହ୍ମ ମୁହୁର୍ତ୍ତରେ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଜପଧ୍ୟାନ, ଆସନ, ପ୍ରାଣାୟାମ, ଅନୁଲୋମ, ବିଲୋମ, ଭତ୍ସିକା, କପାଳଭାତି, ଭ୍ରାମରୀ, ସୂକ୍ଷ୍ମ ବାୟାମ ସହ ହାସ୍ୟାସନ ମାଧ୍ୟମରେ ସଦାସର୍ବଦା ଚିନ୍ତାମୁକ୍ତ ରହିବା ଦ୍ୱାରା ନିଜ ଜୀବନରେ ସହଜରେ କୌଣସି ପ୍ରକାର ରୋଗ ଆକ୍ରମଣ କରିପାରିବ ନାହିଁ ବୋଲି ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ପ୍ରକାଶ କରିଥିଲେ । ପରେ ଗରୁପାଦ ପୂଜା ପାଳିତ ହୋଇଥିଲା । ସତ୍ସଙ୍ଗ କାର୍ଯ୍ୟକ୍ରମରେ ସ୍ୱାମୀ ଗୁରୁଶରଣାନନ୍ଦଜୀ ଅଧ୍ୟକ୍ଷତା କରିଥିଲେ । ବିଶ୍ୱ ପ୍ରାର୍ଥନା, ହେ ପ୍ରଭୁ ଆନନ୍ଦଦାତା, ବିଶ୍ୱ ଶାନ୍ତି ନିମନ୍ତେ ଶାନ୍ତିମନ୍ତ୍ର ପାଠ ଏବଂ ପୁଷ୍ପାଞ୍ଜଳି ଆଳତି ସହ ସତ୍ସଙ୍ଗ କାର୍ଯ୍ୟ ସମାପନ କରାଯାଇଥିଲା । ସଂଘର ସଭାପତି ଏମ୍. ଧନରାଜୁ, ଏମ୍. ଭାରତୀ, ପି. ଜ୍ୟୋତି ଆମ୍ମା, ଏ. ଭାରତ, ବିଭୀଷଣ ପାତ୍ର, ଏ. ମଧୂସୁଦନ, ଭୋଳାନାଥ ରାଓ, ସୁନୀତା ସାହୁ, ଭୋଳାନାଥ ସାହୁ, ଏସ୍. ଏସ୍. ପ୍ରସାଦ, ଏସ୍. ଲିଙ୍ଗରାଜ, ଏସ୍. ଲୋକେଶୁ ସହ ଆଖପାଖ ଶାଖାର ପ୍ରାୟ ୨୦୦ ରୁ ଉଦ୍ଧ୍ୱର୍ ଗୁରୁ ଭାଇ ଗରୁଭଉଣୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ସଭାପତି ଏମ୍. ଧନରାଜୁ ଧନ୍ୟବାଦ ଅର୍ପଣ କରିଥିଲେ
ସହପରି ରଙ୍ଗେଇଲୁଣ୍ଡା ବ୍ଳକସ୍ଥିତ ନାରାୟଣପୁର ଶାଖାରେ ସଂଘ ତରଫରୁ ଚଳିତ ୫ ରିଖ ଶୁକ୍ରବାର ଠାରୁ ନବାହ୍ନ ପାରାୟଣ ସଂଘର ମୁଖ୍ୟ ସଂଗଠକ ସ୍ୱାମୀ ଗୁରୁଶରଣାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଯାଇଛି । ଏହା ଶ୍ରୀରାମ ନବମୀ ୧୩ ରିଖ ଶନିବାର ପୂର୍ଣ୍ଣାହୁତି ମହୋତ୍ସବ ପାଳିତ ହେବ । ଏଥିରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରିଥିଲେ । ବ୍ୟାସ ଗୋପାଳକୃଷ୍ଣ ପଣ୍ଡା, ଉପବ୍ୟାସ ଉମାକାନ୍ତ ଦାସ ପାରାୟଣ କରିବା ସହ ଗୁରୁଭାଇ ଗୁରୁଭଉଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ ସଂଘର ସଭାପତି ପି. ଭୀମୟା ରେଡ଼ି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ