ଜେଏନୟୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ- ଜେଏନୟୁ ଆକ୍ରମଣ ଘଟଣାରେ ମଙ୍ଗଳବାର ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଜେଏନୟୁ ଛାତ୍ର ସଂସଦ ସଭାପତି ଆଈଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି । ଏହି ହିଂସାକାଣ୍ଡ ପାଇଁ ବାମପନ୍ଥୀ ଛାତ୍ର ସଂଗଠନ ଏବିଭିପି ଗୋଷ୍ଠୀଙ୍କୁ ଦାୟୀ କରିଛି। ସେହିପରି ଏବିଭିପି ମଧ୍ୟ ପାଲଟା ଅଭିଯୋଗ କରିଛି। ଏସବୁ ଭିତରେ ପୁଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଥିବା ଜଣାପଡିଛି । ଜେଏନୟୁ ପ୍ରଶାସନ ପକ୍ଷରୁ ଗତ ୫ ତାରିଖରେ ଏହି ଏତଲା ଦିଆଯାଇଥିଲା। ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରମାନେ ଗତ ଶୁକ୍ରବାର ବିଶ୍ଵବିଦ୍ୟାଳୟ ସର୍ଭର ବନ୍ଦ କରିଦେଇଥିଲେ। ଫଳରେ ବିଶ୍ଵବିଦ୍ୟାଳୟ କ।ର୍ଯ୍ୟରେ ବାଧା ସୃଷ୍ଟି ହେବା ସହିତ ୱିଣ୍ଟର ସେମିଷ୍ଟର ପଞ୍ଜୀକରଣ ବନ୍ଦ ହୋଇଯାଇଥିଲା। ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବାହାର ଲୋକଙ୍କୁ କ୍ୟାମ୍ପସକୁ ଅଣାଯାଇଥିଲା। ସିସିଟିଭି ଫୁଟେଜ ଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ରବିବାର ସନ୍ଧ୍ୟାରେ ମୁଖାପିନ୍ଧା ପୁରୁଷ ଓ ମହିଳା ଦୁର୍ବୃତ୍ତମାନେ ଜେଏନୟୁ କ୍ୟାମ୍ପସରେ ପ୍ରବେଶ କରି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ମାଡ଼ ମାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ