ରିଲିଜ ଉପରେ ରୋକ ଲାଗିଲା

ବୁଧବାର ଅଭିନେତା ବିବେକ ଓବରଇଙ୍କ ଅଭିନୀତ ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳିଚ୍ଚିତ୍ର ମୁକ୍ତିଲାଭକୁ ଅଟକାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ଏହି ବାୟୋପିକ୍ (ଜୀବନୀ) ଅପ୍ରେଲ ୧୧ ଅର୍ଥାତ ଗୁରୁବାର ମୁକ୍ତିଲାଭ କରିବାର ଥିଲା। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟ ମତଦାନ ବି ଏହି ଦିନ ହେବାର ଅଛି। ଏହା ପୂର୍ବରୁ ନିର୍ବାଚନ ଆୟୋଗ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ଶେଷ ହେବା ପରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି।
ଗୋଟିଏ ଦିନ ପୂର୍ବରୁ ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ପାଇଁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ପୂର୍ବକ କଂଗ୍ରେସ ସମର୍ଥକ ଅମନ ପନୱର ଏହି ଆବେଦନ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୟ ଜୈନ୍ଙ୍କ ପୀଠ ଏହି ମାମଲାର ଶୁଣାଣି କରି ସ୍ଥଗିତାଦେଶ ଲଗାଇବାକୁ ମନା କରିଦେଇଥିଲେ । ଚଳଚ୍ଚିତ୍ର ପ୍ରାମାଣିକ ସଂସ୍ଥା ଏହା ଉପରେ କୌଣସି ପ୍ରମାଣପତ୍ର ଦେଇ ନ ଥିବାରୁ ଅଦାଲତ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଏହାସହ ଏହି ମାମଲା ଉପରେ ନିଷ୍ପତ୍ତି ନେବାକୁ ନିର୍ବାଚନ ଆୟୋଗ ଉପଯୁକ୍ତ ସଂସ୍ଥା ବୋଲି ପୀଠ ମତ ଦେଇଥିଲେ । ଏହି କ୍ରମରେ ନିର୍ବାଚନ ଆୟୋଗ ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳିଚ୍ଚିତ୍ର ମୁକ୍ତିଲାଭକୁ ଅଟକାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ