ଗୌତମ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ୭୯ ରନ୍‌ରେ ଜିତିଲା ହିଞ୍ଜିଳିକାଟୁ ଦଳ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ମଙ୍ଗଳବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଷଷ୍ଠ ଦିବସ ଋଷିକୂଲ୍ୟା କ୍ରିକେଟ କ୍ଳବ, ଆସିକା ଓ ଆୟୋଜକ ରୟାଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଆସିକା ଦଳ, ହିଂଜିଳିକାଟୁ ଦଳକୁ ବ୍ୟାଟିଂ ପାଇଁ ନିମନ୍ତ୍ରିତ କରିଥିଲା । ହିଂଜିଳିକାଟୁ ଦଳ  ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୨୬୩ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ କେଶବ ମହାରଣା ୪୫ ବଲରୁ ଧୂଆଁଧାର ୭୯ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଆସିକା ଦଳ ନିର୍ଦ୍ଧାରିତ ଓଭରରେ ୬ ଗୋଟି ୱିକେଟ ହରାଇ ମାତ୍ର ୧୮୪ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ରୟାଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ଦଳ ୭୯ ରନ୍‌ରେ ବିଜୟ ଲାଭ କରିଥିଲା । ମୁଖ୍ୟ ଅତିଥି ଭାବେ ଅଂଚଳର ବରିଷ୍ଠ ଖେଳାଳୀ ତାପସକାନ୍ତ ସାହୁ ଯୋଗଦେଇ ସର୍ବାଧିକ ରନ ସଂଗ୍ରହ କରିଥିବା କେଶବ ମହାରଣାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଉମାଶଙ୍କର ସାବତ ଓ ଲକ୍ଷ୍ମୀ ନାରାୟଣ ବିଶ୍ୱାସରାୟ ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ରୁଦ୍ର ପାଣିଗ୍ରାହୀ ଓ ଦିପକ ସେଠି ଦାୟିତ୍ୱ ନିର୍ବାହ କରିଥିଲେ । ହିନ ବେହେରା, ମହେଶ୍ୱର ସେଠି, ଜୟଦେବ ଗୌଡ଼, ଆଲୋକ ଗୌଡ଼, ଓମ ପାଢି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ