୧୯ରେ ଭିତରକନିକାରେ ହେବ ଡଲଫିନ୍ ଗଣନା
ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତା ୧୯ ତାରିଖରେ ଡଲଫିନ୍ ଗଣନା କରାଯିବ। ୧୮ ତାରିଖରେ ଡଲଫିନ୍ ଗଣନା ପାଇଁ ତାଲିମ ପ୍ରଦାନ କରାଯିବ ଓ ୧୯ ତାରିଖ ସକାଳୁ ଡଲ୍ଫିନ୍ ଗଣନା ଆରମ୍ଭ ହେବ ବୋଲି ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଧାମରା ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଏବଂ ନଦୀରେ ଡଲ୍ଫିନ୍ ଗଣନା କରାଯିବ। ସୂଚନାଯୋଗ୍ୟ, ପୂର୍ବରୁ କେବଳ ଚିଲିକାରେ ଡଲଫିନ୍ ଗଣନା କରାଯାଉଥିବା ବେଳେ ୨୦୧୫ ଠାରୁ ଭିତରକନିକା, ପୁରୀ, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ଡଲଫିନ୍ ଗଣନା କରାଯାଉଛି।


