ଶ୍ରୀଲଙ୍କାକୁ ୭ ଓ୍ବିକେଟରେ ହରାଇଲା ଭାରତ

ଇନ୍ଦୋର: ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୭ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ୨ଓଭର ୩ଟି ବଲ ବାକି ଥାଇ ଭାରତ ଏହି ମ୍ୟାଚକୁ ହାତେଇ ନେଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମରୁ ହିଁ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂ କରି ନବଦୀପ ସାଇନି ଓ ଶ୍ରାଦୁଲ ଠାକୁରଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କାକୁ ୧୪୨ରନରେ ଧରାଶାୟୀ କରିଥିଲେ। ପରେ ବ୍ୟାଟିଂ କରିବାକୁ ଆସି ବ୍ୟାଟ୍ସମ୍ୟାନମାନେ ମଧ୍ୟ ଉତ୍ତମ ବ୍ୟାଟିଂ କରିଥିଲେ। ଭାରତ ପକ୍ଷରୁ କେଏଲ ରାହୁଲ ୩୨ଟି ବଲରେ ୪୫ରନ କରିଥିଲେ। ଯେଉଁଥିରେ ତାଙ୍କର ୬ଟି ଚୌକା ସାମିଲ ରହିଛି। ସେହିଭଳି ଶିଖର ଧାୱନ ୨୯ବଲରେ ୩୨ରନ(ଚୌକା ୨), ଶ୍ରେୟସ ଆୟର ୨୬ବଲ ୩୪ରନ(୩ଟି ଚୌକା, ୧ଟି ଛକା), ଅଧିନାୟକ ବିରାଟ କୋହଲି ୧୭ଟି ବଲରୁ ୩୦ରନ୍( ଚୌକା-୧, ଛକା-୨) ଏବଂ ରିଷଭ ପନ୍ତ ଗୋଟିଏ ବଲରୁ ଗୋଟିଏ ରନ କରିଛନ୍ତି। ବିରାଟ ବାହିନୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଶ୍ରୀଲଙ୍କା ବ୍ୟାଟିଂ କରି ୯ଟି ଓ୍ଵିକେଟ୍‌ରେ ୧୪୨ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୪୩ ରନ୍‌ ଟାର୍ଗେଟ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ