ମହିଳାସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ ଧାନମଣ୍ଡି ଖୋଲିଲା
ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଂଚାୟତର କାଲିଆବାଲି ଗ୍ରାମରେ ଠାରେ ମିଶନ୍ ଶକ୍ତି ଆନୁକୂଲ୍ୟରେ ମା’ ଉଜଳେଶ୍ୱର ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଧାନ ମଣ୍ଡିତ ଉଦଘାଟିତ । ଏହାକୁ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଉମେଶ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଚାଷୀ ମାନଙ୍କର ସମସ୍ତ ଧାନ କିଣିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ବ୍ଲକ୍ ଯୋଗାଣ ଅଧିକାରୀ ରୀନାରାଣି ମହାପାତ୍ର, ଶ୍ରୀରାମଚନ୍ଦ୍ରପୁର ସରପଂଚ ରେବତୀ ପ୍ରଧାନ, ସମିତି ସଭ୍ୟା ସୁଷମା ସେଠୀ, ନାଏବ ସରପଂଚ ଏମ୍. ରଘୁନାଥ ରେଡ୍ଡି, ଯୋଗାଣ ବିଭାଗର ଆସିଷ୍ଟାଂଟ୍ ପ୍ରୋଗ୍ରାମ୍ ଅଫିସର ପ୍ରଦୀପ ସାହୁ, ଶିଶିର ପାଣିଗ୍ରାହୀ, ଜି. ଦିଲେଶ୍ୱର ରେଡ୍ଡି, ଲିଙ୍ଗରାଜ ପ୍ରଧାନ, ରଂଜନ ସେଠୀ, ଆର.ପୁରୁଷୋତମପୁର ରେଡ୍ଡି, ଶ୍ରୀକ୍ଷେତ୍ର ଟ୍ରେଡ଼ର୍ସର ମାଲିକ ଲିଙ୍ଗରାଙ୍ଗ ସାହୁ, ମା’ ଉଜଳେଶ୍ୱରୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ଆର୍. ସାବିତ୍ରୀ, ସମ୍ପାଦକ ଆର୍. ବୁଲି ଆମ୍ମାଙ୍କ ସମେତ ସମସ୍ତ ସଭ୍ୟ, ପଂଚାୟତବାସୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଉଦଘାଟନ ଦିବସରେ କାଳିଆବାଲି ଗ୍ରାମର ଚାଷୀ ଏସ୍ ମଙ୍ଗଳା ରେଡ୍ଡ ଏବଂ ଘଡ଼ଘଡାପଲ୍ଲୀ ଗ୍ରାମର ଚାଷୀ ଦଣ୍ଡପାଣି ସାହୁଙ୍କ ଠାରୁ ୫୦ କୁଇଣ୍ଟାଲ୍ ଧାନ କିଣାଯାଇଥିଲା ।