ଜାତୀୟ ରାଜପଥ ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ଗୁରୁତ୍ୱ

ଭୁବନେଶ୍ୱର, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ପ୍ରଶସ୍ତିକରଣ ପ୍ରକଳ୍ପ ଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଗୁରୁତ୍ୱ ଆରେ ।ପ କରିଛନ୍ତି । ଆଜି ରାଜ୍ୟ ଲୋକସେବା ଭବନରେ ପ୍ରକଳ୍ପ ଗୁଡିକର ସମୀକ୍ଷା କରି କ୍ଷେତ୍ରସ୍ତରରେ କାର୍ଯ୍ୟାନ୍ୱୟନ କ୍ଷମତା ବୃଦ୍ଧି ପୂର୍ବକ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଗୁଡିକ ପୂଣ୍ଣ ର୍ାଙ୍ଗ କରିବା ପାଇଁ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ରାଜପଥ ମୁଖ୍ୟ ପ୍ରବନ୍ଧକ ରାମପ୍ରସାଦ ପଣ୍ଡା ଜଣାଇଥିଲେ ଯେ ପ୍ରକଳ୍ପ ଗୁଡିକ ବାବଦରେ ରାଜ୍ୟ ସରକାରଙ୍କ ସ୍ତରରେ କୌଣସି ବିଷୟ ପଡିରହିନାହିଁ । ରାଜ୍ୟ ସରକାରଙ୍କ ତରଫରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ୨୨ଟି ନବୀକରଣ ଏବଂ ପ୍ରଶସ୍ତିକରଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ୩୬୬ କି.ମି ଜାତୀୟ ରାଜପଥକୁ ୪-ଲେନ୍‌ ଓ ୬-ଲେନ୍‌ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହିସବୁ ପ୍ରକଳ୍ପ ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୭୩ କି.ମି ର ନିର୍ମାଣ ପୂଣ୍ଣ ର୍ାଙ୍ଗ ହୋଇଛି । କ୍ଷେତ୍ରସ୍ତରରେ ଚୁକ୍ତିରାଜିନାମା ପତ୍ରର ନିୟମିତ ଅନୁଧ୍ୟାନ ଓ ଯାଞ୍ଚ୍‌ ପୂର୍ବକ ନିର୍ମାଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ପାଣିକୋଇଲି-ରିମୁଳି ଜାତୀୟ ରାଜପଥ ନଂ ୨୧୫ (ନୂଆ ନଂ-୨୦) ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ମୁଖ୍ୟ ପ୍ରବନ୍ଧକ ପଣ୍ଡା ଜଣାଇଥିଲେ ଯେ ଏହି ପ୍ରକଳ୍ପର ପ୍ରାୟ ୯୫% କାର୍ଯ୍ୟ କରାଯାଇଛି । ସମୁଦାୟ ୧୬୬ କି.ମି. ମଧ୍ୟରୁ ୧୫୨ କି.ମି ରାସ୍ତାକୁ ୪- ଥାକିଆ ଏବଂ ୧୪ କି.ମି. ରାସ୍ତାକୁ ୨-ଥାକିଆ କରାସରିଛି । ପ୍ରକଳ୍ପ ପାଇଁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନଙ୍କ ଠାରୁ ପୂଣ୍ଣ ର୍ ସହଯୋଗ ମିଳିଛି । କେବଳ କଣ୍ଟ୍ରାକଫ ନେଇଥିବା ସଂସ୍ଥା ସ୍ତରରେ ସମସ୍ୟା ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି । ୭ କି.ମି ବ୍ୟାରେଜ୍‌ େୱ, ୩ଟି ପୋଲ, ଗୋଟିଏ ହାତୀଯିବା ଅଣ୍ଡର ପାସ୍‌ ଏବଂ ୯ କି.ମି ସର୍ଭିସ୍‌ ରୋଡ୍‌ ନିର୍ମାଣ ବାକି ଅଛି । ଖୁବ୍‌ ଶିଘ୍ର କଣ୍ଟ୍ରାକଫର ସ୍ତରରେ ସମସ୍ୟା ସମାଧାନ କରି ଏହି ପ୍ରକଳ୍ପ ପୂଣ୍ଣ ର୍ାଙ୍ଗ କରାଯିବ । ବୈଠକପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ପଣ୍ଡା କହିଥିଲେ ଯେ ନୂଆ ପ୍ରକଳ୍ପଭାବେ ରାୟପୁର-ବିଶାଖାପାଟଣା ରାସ୍ତାର ପ୍ରସ୍ତାବ ରହିଛି । ଜାତୀୟ ରାଜପଥର ପ୍ରାୟ ୨୪୦ କି.ମି. ଓଡ଼ିଶା ମଧ୍ୟ ଦେଇ ଗତି କରିବ । ଏହା ମୁଖ୍ୟତଃ ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ମଧ୍ୟ ଦେଇ ଯିବ; ଏବଂ ଓଡ଼ିଶାରେ ଏହା ଏକ ୬- ଥାକିଆ ଗ୍ରିନ୍‌ ଫିଲ୍‌ ଡ୍‌ ପ୍ରକଳ୍ପ ହେବ । ପୁର୍ତ୍ତ ବିଭାଗ ଶାସନ ସଚିବ କ୍ରିଷନ କୁମାରଙ୍କ ସମେତ ଜାତୀୟ ରାଜପଥ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ