ଜୁଲିଆନ କୁ କଲା ଗିରଫ କଲା ଲଣ୍ଡନ ପୁଲିସ୍
ୱିକ୍ଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜେଙ୍କୁ ବ୍ରିଟେନ୍ ପୁଲିସ୍ ଗୁରୁବାର ଗିରଫ କରିଛି। ସେ ଗତ କିଛି ବର୍ଷ ହେବ ବ୍ରିଟେନସ୍ଥିତ ଇକ୍ୱାଡୋର ଦୂତାବାସରେ ଶରଣ ନେଇଥିଲେ। ଗୁରୁବାର ଇକ୍ୱାଡୋର ତାଙ୍କୁ ଦୂତାବାସରୁ ବାହାର କରିଦେଇଥିଲା। ଏହାପରେ ଲଣ୍ଡନର ମେଟ୍ରୋପୋଲିଟନ ପୁଲିସ୍ ତାଙ୍କୁ ହେପାଜତକୁ ନେଇଛି। ତାଙ୍କୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।
ପ୍ରକାଶ ଯେ ଜୁଲିଆନ ଆସାଞ୍ଜେ ଗତ ୭ ବର୍ଷ ହେବ ଇକ୍ୱାଡୋର ଦୂତାବାସରେ ଶରଣ ନେଇଥିଲେ। ତାଙ୍କ ଦ୍ୱାରା ପ୍ରକାଶିତ କେତେକ ଗୁପ୍ତ ନଥିପତ୍ର ଯୋଗୁଁ ଆମେରିକା ବିଶ୍ୱସ୍ତରରେ ସମାଲୋଚିତ ହୋଇଥିଲା। ୨୦୧୦ରେ ସେ ବହୁ ସଂଖ୍ୟାରେ ଆମେରିକାର ଗୋପନୀୟ ନଥିପତ୍ର ୱିକଲିକ୍ସ ୱେବସାଇଟରେ ପ୍ରକାଶ କରିଥିଲେ।


