ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳିତ
ବାଲେଶ୍ୱର(ଯୁଗାଦ୍ଧ ନିଜ୍ୟୁ) ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ ଉପଲକ୍ଷେ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲା । ଉକ୍ତ ରାଲିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଞ୍ଜନ କୁମାର ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମେଲେରିଆ ନିରାକରଣ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ, ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ ଡା. ପରେଶ ଚନ୍ଦ୍ର ନନ୍ଦୀ, ଡା. ଗିରିଶ ଚନ୍ଦ୍ର ପତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଜ୍ୟୋସ୍ନାରାଣୀ ପଟ୍ଟନାୟକ, ଜିଲ୍ଲା ସ୍ତ୍ରୀ ଓ ପ୍ରସୂତି ବିଭାଗ ଅଧିକାରୀ ଡା. ରଞ୍ଜିତ କୁମାର ବରାଳ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ରମଣୀ କାନ୍ତ ଭଞ୍ଜ, ପରିବାର କଲ୍ୟାଣ ଅଧିକାରୀ ସୋରଜ କୁମାର ନାୟକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଉକ୍ତ ସଭାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଭାପତିତ୍ୱ କରିଥିଲେ । ଏଥିରେ ଗର୍ଭାବସ୍ଥାରେ ମାଆକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସେବାଗୁଡିକ ବିଷୟରେ ଅବଗତି କରାଇବା ସହିତ ଆମ ରାଜ୍ୟରେ ହେଉଥିବା ମାଆ ଓ ଶିଶୁ ମୃତ୍ୟୁକୁ କିପରି କମାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ ସଭାକୁ ଆସିଥିବା ଗର୍ଭବତୀ ମା ଓ ପ୍ରସୂତିଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେବା ସହିତ ପୁରସ୍କାର ବିତରଣ ହୋଇଥିଲା । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ


