ବଜ୍ରାଘାତରେ ୧ ମହିଳା ମୃତ
ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ ) : ହିଞ୍ଜିଳିଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମରେ ଗୁରୁବାର ସଂନ୍ଧ୍ୟା ୫ ଘଣ୍ଟା ସମୟରେ କାଳବୈଶାଖି ପ୍ରଭାବରେ ବଜ୍ରାଘାତରେ ଜୈନିକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ମହିଳା ଜଣକ ହେଲେ କୋଳିଦାସପୁର ଗ୍ରାମର କଂଗ୍ରେସ ରାଉତଙ୍କ ସ୍ତ୍ରୀ କୁମାରୀ ରାଉତ (୫୨ ) ସୁଚନା ଅନୁଯାୟୀ ମହିଳା ଜଣକ ପରିବା ଫସଲରେ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ମହିଳା ଜଣକ ଗୁରୁତର ଆହାତ ହୋଇଥିଲେ .ଆହାତ ଅବସ୍ଥାରେ ଗ୍ରାମବାସୀ ମହିଳା ଜଣକୁ ଉଦ୍ଧାର କରି ୧୦୮ ଯୋଗେ ନିକଟସ୍ଥ ହିଞ୍ଜିଳିକାଟୁ ଗୋଷ୍ଠି ସ୍ୱାସ୍ଥ ମେଡିକାଲରେ ଭର୍ତ୍ତକରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳକାଟୁ ପୋଲିସ ଶବକୁ ଜବତ କରିବା ସହ କେସ ନଂ ୧୨/୧୯ ଏକ ଅପମୃତ ମାମଲା ରୁୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି । ଶୁକ୍ରବାର ସକାଳେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯିବ ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୁଚନା ଦେଇଛନ୍ତି ।


