ତେଲ ବୋଝେଇ ଗାଡି ଓଲଟିଲା, ଅଳ୍ପକେ ବର୍ତ୍ତିଲେ ଚାଳକ

ହାଟଡ଼ିହି, : ଆନନ୍ଦପୁର-ଭଦ୍ରକ ରାସ୍ତାର ଆମ୍ବଗଡିଆ ଛକ ନିକଟରେ ଏକ ତେଲ ବୋଝେଇ ଗାଡି ଓଲଟି ପଡିଥିବାବେଳେ ଏହାର ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଖବରରୁ ଜଣାଯାଇଛି ଯେ ଓଡି୨୨ଏ ୨୩୩୩ ନମ୍ବର ବିଶିଷ୍ଟ ଏକ ଟ୍ରକ ଭଦ୍ରକରୁ ଫ୍ରିଡମ ଖାଇବାତେଲ ନେଇ ଆନନ୍ଦପୁର ଅଭିମୁଖେ ଯାଉଥିବାବେଳେ ହଠାତ ଆମ୍ବଗଡିଆ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଚାଳକ ଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ । ତେଲ ପେଟି ଗୁଡିକ ଛିଟିକି ପଡିଥିବାବେଳେ ଆନନ୍ଦପୁର ପୁଲିସ ପହଞ୍ଚି ଏହାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ