ଶିଶୁବିଦ୍ୟାମନ୍ଦିରରେ ବିଦ୍ୟାରମ୍ଭ ଉତ୍ସବ
ରଣପୁର (ଯୁଗାଦ୍ଧ ନ୍ୟୁଜ): ରଣପୁର ବ୍ଲକ ଅର୍ନ୍ତଗତ ଲୋଧାଚୁଆ ପଞ୍ଚାୟତ ଅଧିନସ୍ଥ ଶାରଙ୍ଗଧରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନବବର୍ଷ ବିଦ୍ୟାରମ୍ଭ ଉତ୍ସବ ଆରମ୍ଭ ହୋଇଯାଇଛି । ଏଥିରେ ସମସ୍ତ ଛାତ୍ରଛାତ୍ରୀ କଳସ ଯାତ୍ରା ଗ୍ରାମ ପୁଷ୍କରିଣୀରୁ ଜଳନେଇ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କୁ ଅର୍ପଣ କରି କୋଇଲମା ବଜାରଠାରେ ଥିବା ଶ୍ରୀରାମମନ୍ଦିରରେ ପୂଜାର୍ଚ୍ଚନା କରି ବିଦ୍ୟାଳୟରେ ପ୍ରବେଶ ପୂର୍ବକ ଚଳିତ ୨୦୧୯ – ୨୦ ଶିକ୍ଷା ବର୍ଷର ନୂତନ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଉକ୍ତ ଉତ୍ସବରେ ବିଦ୍ୟାଳୟ ସଭାପତି, ସଂପାଦକ, କୋଷାଧ୍ୟକ୍ଷଙ୍କ ସମେତ ପରିଚାଳନା କମିଟି ସଭ୍ୟସଭ୍ୟା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଶିଶୁମାନେ ଭଲପାଠ ପଢିବା ସହ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନିମନ୍ତେ ଶପଥ ନେଇଥିଲେ ।


