ମହାବୀର ପୀଠ ରେ ଯଜ୍ଞ ପାଇଁ କଳସ ଯାତ୍ରା 

ରଣପୁର (ଯୁଗାଦ୍ଧ ନ୍ୟୁଜ); ଅଧିଷ୍ଠାତ୍ରୀ ଦେବୀ ତଳ ମଣିନାଗ ପୀଠ ଓ ପାହାଡ଼ ପାଦଦେଶ ଥିବା ବାଘ ଖୋଲ ନିକଟରେ ପୂଜା ପାଉଥିବା ଦୁର୍ଗ ମହାବୀରଙ୍କ ପୀଠରେ ୧୪ତମ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଯାତ୍ରା ରଣପୁର ଚନ୍ଦନ ପୁଷ୍କରୀଣିଠାରୁ ବାହାରି ଦୁର୍ଗ ମହାବୀରଙ୍କ ନିକଟକୁ ଯାଇଥିଲା । ଏହି ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ପଣା ସଂକ୍ରାନ୍ତି ଅବସରରେ ପୁର୍ଣ୍ଣାହୂତି ପ୍ରଦାନ କରାଯିବ । ମଣିନାଗ ଶିଖର ପାଦଦେଶରେ ଦୁର୍ଗ ମହାବୀର ପୀଠ ଏକ ଅକର୍ଷଣୀୟ ପୀଠ ଭାବେ ପରିଚିତ । ପ୍ରତିଦିନ ମଣିନାଗକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ପାହାଡ ଶିଖରରେ ଥିବା ମଣିନାଗ, ପାଦଦେଶରେ ଥିବା ମଣିନାଗ ଓ ଏହି ମହାବୀର ପୀଠ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ