ବାପା ସମ୍ମୁଖରେ ପୁଅକୁ ହତ୍ୟା କରି ଦୁର୍ବୁତ୍ତ ଲୁଟିନେଲେ ୬ ଲକ୍ଷ

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ବୋରଗୁଡା ନିକଟ ଜଙ୍ଗଲ ରାସ୍ତାରେ ବାପା ସାମ୍ନାରେ ପୁଅକୁୂ ହତ୍ୟା କରି ବାପା ଠାରୁୂ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ଖବର ଅନୁଯାୟୀ ବାପା ପୂଅ ମିଶି କପା ବିକ୍ରି କରି ଗ୍ରାମକୁ ଫେରୁଥିବା ଥିବା ସମୟରେ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଥ୍‌ôବା ବେଳେ ଘଟଣା ସ୍ଥଳରୁ ପୋଲିସ ଗୋଟିଏ ବନ୍ଧୁକ ଜବତ କରିଥିବା ସୁୂଚନା ମିଳିଛି । ଘଟଣାସ୍ଥଳରେ ଓ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ପ୍ରଥମେ ଜୁନାଗଡ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା ହେଲେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ପୁଅ ବଳଭଦ୍ର ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷିତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ବର୍ତମାନ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ