ପୁରାଣ ପ୍ରସିଦ୍ଧ କନକଦୁର୍ଗା ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ
ସାଲେପୁର, (ଯୁଗାଦ୍ଧ ନ୍ୟୁଜ): ସ୍ଥାନୀୟ ପୁରୁଷୋତ୍ତମପୁର ଗ୍ରାମର ପୁରାଣ ପ୍ରସିଦ୍ଧ କନକଦୁର୍ଗାଙ୍କ ପୀଠରେ ବାସନ୍ତୀ ଦୁର୍ଗାପୂଜା ଅବସରରେ ସୋମବାର ଠାରୁ ବିଶ୍ୱଶାନ୍ତି ମହାଯଜ୍ଞ ୫ଦିନ ବ୍ୟାପୀ ଅନୁଷ୍ଠିତ ହୋଇଛି । କୁଣ୍ଡୀନଗ୍ରର ସମସ୍ତ ଭକ୍ତ ତଥା ଜନସାଧାରଣ ଏହି ଯଜ୍ଞ ତଥା ପୂଜାକାର୍ଯ୍ୟରେ ଶହ ଶହ ସଂଖ୍ୟାରୋ ଯୋଗଦେଇଥାନ୍ତି । ଏହି ଅବସରରେ ବୁଧବାର ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କର ବାସନ୍ତୀ ଦଶହରା ପୂଜା ୧୫ତାରିଖ ଦିନ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି ।


