ପୋଲିସ ତରଫରୁ କ୍ରୀଡା ପ୍ରତିଯୋଗିତା ଆରମ୍ଭ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍): ଗଂଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୋଲିସ ତରଫରୁ ପ୍ରଥମ ଥର ପାଇଁ ଆମ୍ବପୁଆ ପୋଲିସ ରିଜର୍ଭ ପଡିଆ ଠାରେ ଶନିବାର କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି ।ଏହି କ୍ରୀଡା ପ୍ରତିଯୋଗିତାରେ ଏପିଆର, ଓଆର, ସମେତ ଉତ୍ସାହିତ ଥିବା ଗୃହରକ୍ଷୀ ମାନେ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ । କ୍ରୀଡା ପ୍ରତିଯୋଗିତାରେ ୩୦୦ ଜଣ ଭାଗ ନେଇଥିଲେ । ପ୍ରଥମ ଥର ପାଇଁ ପୋଲିସ ତରଫରୁ ଏହି କ୍ରୀଡା ପ୍ରତିଯୋଗିତା ଆରମ୍ଭ କରାଯାଇଥିବାରୁ ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । ଲୁକାୟିତ ଥିବା ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ନିମନ୍ତେ ଏହି ପ୍ରତିଯୋଗିତା ଅନୁଷ୍ଠିତ ପୋଲିସ ତରଫରୁ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସତ୍ୟବ୍ର୍ତ ଭୋଇ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର , ସମେତ ବହୁ ପୋଲିସ ଅଧିକାରୀ ଯୋଗ ଦେଇଥିଲେ ।


