ହିଞ୍ଜିଳିକାଟୁରେ ଜନ ଜାଗରଣ ଅଭିଯାନ

ହିଞ୍ଜିିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଗତ ଡ଼ିସେମ୍ବର ୧୨ ତାରିଖ ୨୦୧୯ରେ ନାଗରିକ ସଂଶୋଧନ ଅଧିନିୟମକୁ ଭାରତ ସରକାର ସମ୍ଭିଧାନ ଲାଗୁ କରି ଧର୍ମ ଆଧାରରେ ପ୍ରତାରିତ ହୋଇ ପାକିସ୍ତାନ, ଆଫଗାନିସ୍ତାନ ଓ ବଙ୍ଗଳାଦେଶ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରିଷ୍ଟିୟାନ ଆଦି ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବାରେ ରାସ୍ତା ପ୍ରଶସ୍ତ କଲେ । ଏଥିରେ ବିଭିନ୍ନ ତୃଟି ଥିବା ଦର୍ଶାଇ ସାରା ଦେଶରେ ବିଭିନ୍ନ ଦଳ ପକ୍ଷରୁ ତିବ୍ର ବିରୋଧ ପଦର୍ଶନ ସହ ବିକ୍ଷୋଭ, ଜଳପୋଡ଼ା ଆଦି କରାଯାଇଛି । ଏହାକୁ ଲାଗୁ ନକରିବା ସକାଶେ କ୍ରମାଗତ ଧର୍ମଘଠ ଜାରୀ ରହିଥିଲେ ସୁଦ୍ଧା ବିଭିନ୍ନ ବର୍ଗରୁ ସମର୍ଥନ ମଧ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ସ୍ଥାନୀୟ ବୁଦ୍ଧିଜୀବି ଏହା ସପକ୍ଷରେ ଏକ ସମର୍ଥନ ର‌୍ୟାଲି ପଦର୍ଶନ କରାଯାଇଥିଲା । ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ଜଗନ୍ନାଥ ମାର୍ଗ ଠାରୁ ଏକ ବିରାଟ ର‌୍ୟାଲିରେ ବାହାରି ନଗର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟରେ ପଂହଚି ଅଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ପରେ ଏ ନେଇ ଏକ ପଥପ୍ରାନ୍ତ ସଭା ସ୍ଥାନୀୟ ମିନି ଷ୍ଟାଡ଼ିୟମ ଠାରେ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଡ଼ାକ୍ତର ପ୍ରଭାକର ସାହୁ, ହରିହର ଚୌଧୁରୀ, ଦେବାନନ୍ଦ ମହାପାତ୍ର, ନୃସିଂହ ପ୍ରସାଦ ପଟ୍ଟନାୟକ, ଅରବିନ୍ଦ ପଣ୍ଡା, ପ୍ରମୋଦ ପଣ୍ଡାଙ୍କସମେତ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବି ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ