ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ କର୍ମଚାରୀ ସଂଘର ୩୩ତମ ସାଧାରଣ ଅଧିବେଶନ

ଭୁବନେଶ୍ୱର, : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ କର୍ମଚାରୀ ସଂଘର ୩୩ତମ ସାଧାରଣ ଅଧିବେଶନ ରାଜ୍ୟ ପଣ୍ୟାଗାର ନିଗମର ମୁଖ୍ୟ କାର୍ଯ୍ୟାଳୟ, କଟକରୋଡ଼, ଭୁବନେଶ୍ୱର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାକୁ ବିଶିଷ୍ଟ କର୍ମଚାରୀ ନେତା ଶ୍ରୀଯୁକ୍ତ ଦୁର୍ଗାଚରଣ ନାୟକ ଉଦ୍‌ଘାଟନ ଓ ସଂଘର ସଭାପତିି  ନଳିନୀ ରଞ୍ଜନ ପତି ସଂଯୋଜନା କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଦର୍ଶନ ଖଟୁଆ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅଧିବେଶନରେ କର୍ମଚାରୀମାନଙ୍କର ମୁଖ୍ୟ ସମସ୍ୟା ଭାବରେ ଅକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ତୁରନ୍ତ ପ୍ରତ୍ୟାହାର, ନିୟମ ଅନୁଯାୟୀ ସମୟଭିତ୍ତିକ ପଦୋନ୍ନତି, ସକରାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ମହଙ୍ଗା ଭତ୍ତା ପ୍ରଦାନ, ପେନ୍‌ସନ ଯୋଜନା ପ୍ରଚଳନ, ସଂରକ୍ଷଣ ଜନିତ କ୍ଷତିର ପୁନଃବିଚାର, ଅବସରପ୍ରାପ୍ତ କର୍ମଚାରୀଙ୍କ ଚିକିତ୍ସା ଭତ୍ତା ପ୍ରଦାନ, ଅନୁକମ୍ପାମୂଳକ ନିଯୁକ୍ତିକୁ ତ୍ୱରାନ୍ୱିତ, ମହିଳା କର୍ମଚାରୀମାନଙ୍କ ପାଇଁ ପ୍ରସାଧାନ ଗୃହ ନିିର୍ମାଣ ଉପରେ ଆଲୋଚନା କରାଯାଇଥିଲା । ଏହି ଅଧବେଶନରେ ମୁଖ୍ୟ ଅତିଥି ଭାବରେ ଉପ ସାଧାରଣ ପ୍ରବନ୍ଧକ ନବିକୋଶର ମିଶ୍ର ଯୋଗ ଦେଇ ଆଶୁ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ରାଜ୍ୟର ଛାମୁଆ ସଂଗଠନ କର୍ମକର୍ତ୍ତା ଯୋଗ ଦେଇଥିଲେ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମ୍ବୋଦ୍ଧିତ କରାଯାଇଥିଲା । ଏହି ଅଧିବେଶନରେ ଆସନ୍ତା ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ଭାବେ ନଳିନୀ ରଞ୍ଜନ ପତି ସଭାପତି,  ରାହୁଳ ସେଠୀ ଉପସଭାପତି, ଶ୍ରୀ ସୁଦର୍ଶନ ଖଟୁଆ ସାଧାରଣ ସମ୍ପାଦକ, ପ୍ରଭାତ କୁମାର ପରିଡ଼ା ଯୁଗ୍ମ ସମ୍ପାଦକ, ସର୍ବେଶ୍ୱର ରାଉତରାୟ ସହ ସମ୍ପାଦକ ଏବଂ  ଜ୍ୟୋତ୍ସ୍ନାମୟୀ ନାୟକଙ୍କୁ କୋଷାଧ୍ୟକ୍ଷ ରୂପେ ନିର୍ବାଚିତ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ