ଏଟିଏମ୍‌କୁ ଲୁଟିନେଲେ ଦୁର୍ବୃତ୍ତ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ନେଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏପରି କରିଥିବା ଜଣାପଡ଼ିଛି। ଆଜି ସକାଳେ ଏଟିଏମ୍ କାଉଣ୍ଟର ଭିତରେ ମେସିନ୍ ନ ଥିବା ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଏଟିଏମ୍‌ରେ ୧୨ ହଜାର ୫୦୦ ଟଙ୍କା ଥିଲା ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ