ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୟନ୍ତୀ
ନୟାଗଡ଼ (ଜୁଗାବ୍ଦ ନ୍ୟୁଜ୍): ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୩୫ତମ ଜୟନ୍ତୀ ସ୍ଥାନୀୟ ହୋଟେଲ ନୀଳମାଧବରେ ଅନୁଷ୍ଠିତ ହୋଇଯାଇଛି ।ଉତ୍ସବରେ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ଡ. ବିଜୟ କୁମାର ଚୌଧୁରୀ. ସମ୍ମାନିତ ବକ୍ତା ଭାବେ ରାମଚନ୍ଦ୍ର ମିଶ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତି ଓ ନିର୍ମଳ ଚନ୍ଦ୍ର ଶୂରଦେଓ-ସଦସ୍ୟ ପ୍ରମୁଖ ଅନ୍ୟତମ ସମ୍ମାନିତ ବକ୍ତା ରୂପେ ଯୋଗ ଦେଇଥିଲେ । ସଭାରେ ମୈତ୍ରି ସମ୍ପାଦକ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ । ସକାଳ ୯ଟାରେ ଜିଲ୍ଲାର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଭାରେ ପ୍ରଫେସର ରାମଚନ୍ଦ୍ର ମିଶ୍ର ଶୂରଦେଓଙ୍କୁ ଏକ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି ବର୍ଣ୍ଣନା କରିଥିଲେ । ଡ.ଚୈାଧୁରୀ ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କୁ ଅଷ୍ଟାବଧାନୀ ରୂପେ ଅଭିହିତ କରିଥିଲେ ଓ ସେ ରାସକୁ ମଞ୍ଚରୂପ ପ୍ରଦାନ କରିବାରେ ଓଡ଼ିଶାରେ ପ୍ରଥମ ବ୍ୟକ୍ତି ଥିଲେ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କର ସଙ୍ଗୀତ ନିପୁଣତା ଓ ବାଦ୍ୟ ଯନ୍ତ୍ରରେ ଥିବା ନିପୁଣତା ସଂପର୍କରେ କହିଥିିଲେ । ନିର୍ମଳ ଚଦ୍ଦ୍ର ଶୂରଦେଓ ତାଙ୍କର ମଞ୍ଚ ସଜ୍ଜା ଓ ଅଙ୍ଗ ବିନ୍ୟାସରେ ଥିବା ଚମତ୍କାରିତା ବିଷୟରେ ମତ ଦେଇଥିଲେ । ସଭାପତି ପ୍ରମୋଦ ପଟ୍ଟନାୟକ ଏହି ବର୍ଷ ଗୋବିନ୍ଦ ଶୂରଦେଓଙ୍କ ରଚିତ ନାଟକ ଟିଏ କରିବା ନିମନ୍ତେ ମତାମତ ଦେଇଥିଲେ । ଉପରୋକ୍ତ ସଭାର ପ୍ରାରମ୍ଭିକ ସଙ୍ଗୀତ ଓ ଶୂରଦେଓଙ୍କ ରଚିତ ଭଜନ ପ୍ରଶାନ୍ତ କୁମାର ଦାଶ ଗାଇ ଶୁଣାଇଥିଲେ । ଏଥି ସହିତ ଗୋବିନ୍ଦ ଚନ୍ଦ୍ର ନାଟ୍ୟ ପ୍ରତିଭା ସମ୍ମାନ- ବୋଲଗଡ ଅଞ୍ଚଳର ଗୀତିନାଟ୍ୟ ରଚୟିତା ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା ଏବଂ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସୈାଦାମିନୀ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏତଦବ୍ୟତୀତ ନୟାଗଡରେ ଗଠିତ ଓଏସ୍ କା-ଟପ୍ଟରର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।


