ବଳଦେବ ହାଇସ୍କୁଲର ୧୯୭୪ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସହରସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟର ୧୯୭୪ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ଏହି ବନ୍ଧୁ ମିଳନ ଉତ୍ସବ ବ୍ରହ୍ମଗିରୀର ବାଲି ହରଚଣ୍ଡି ଠାରେ ୧୯୭୪ ବ୍ୟାଚର ସଭାପତି ହରେକୃଷ୍ଣ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଦିଲ୍ଲୀପ ବିଶୋଇ, ଶକ୍ତି ପ୍ରସାଦ ସାମନ୍ତରାୟ, ବ୍ରଜ ସୁନ୍ଦର ଦାସ, ପୂର୍ବତନ କେନ୍ଦ୍ରାପଡା ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ, ରବି ନାରାୟଣ ଲେଙ୍କା, ରବି ନାରାୟଣ ସାହୁ, ଦୁର୍ଗା ଶଙ୍କର ମିଶ୍ର, ଅଚ୍ୟୁତାନନ୍ଦ ପୃଷ୍ଟି ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଶୈକ୍ଷିକ ବାତାବରଣ ସହ ମେଧାବୃତ୍ତି ରାଶି ପ୍ରଦାନର ବ୍ୟବସ୍ଥା କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରାଯିବାକୁ ମତ ପ୍ରକାଶ ପାଇଥିଲା । ୧୯୭୪ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମାଜିକ ଓ ଗଠନ ମୂଳକ କାର୍ଯ୍ୟ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ପୁରାତନ ଛାତ୍ର ତଥା ପୂର୍ବତନ ପୈାରାଧ୍ୟକ୍ଷ ଶ୍ରୀ ସାହୁ ଏପର୍ଯ୍ୟନ୍ତ ବିଦ୍ୟାଳୟର ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟର ବୀବରଣୀ ଉପସ୍ଥାପନ କରିଥିଲେ । ଗତବର୍ଷ ବାତ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦକ୍ଷୀଣ ପାଶ୍ୱର୍ରେ ଥିବା ୬ଗୋଟି ଶ୍ରେଣୀ ଗୃହର ପୁନଃ ନିର୍ମାଣ ପାଇଁ କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ୯୪ଲକ୍ଷ ଟଙ୍କା ବ୍ୟୟ ଅଟକଳର ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅନୁଦାନ ମଞ୍ଜୁର ନିମନ୍ତେ ପଠାଯାଇଛି । ଅଦ୍ୟାବଧି ଅନୁଦାନ ମଞ୍ଜୁର ହୋଇନଥିବାରୁ ପୁନର୍ବାର ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ବନ୍ଧୁ ମିଳନ ଉତ୍ସବର ପ୍ରାରମ୍ଭରେ ଦିବଗଂତ ପୁରାତନ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ପୁରାତନ ଛାତ୍ର ଚନ୍ଦ୍ରଭାନୁ ସିଂହ, ସୁନୀଲ ଦାସ, ଚନ୍ଦ୍ରଭାନୁ ବରାଳ, ରମେଶ ଚନ୍ଦ୍ର ମହାନ୍ତି, ଭରତ ସାହୁ, ଦେବେନ୍ଦ୍ର ଜେନା, କୁଞ୍ଜବିହାରୀ ନାୟକ, ମୀରାରାଣୀ ଶତପଥୀ, କେଶବ ସ୍ୱାଇଁ, ଭ୍ରମରବର ବିଶ୍ୱାଳ, ଗୈାର ପ୍ରସାଦ ତ୍ରିପାଠୀ, ଭୂବନମୋହନ ପଟ୍ଟନାୟକ, କ୍ଷୀରୋଦ ଚନ୍ଦ୍ର ସାହୁ, ଜ୍ଞାନ ମହାନ୍ତି, ରଞ୍ଜନ ମଲ୍ଲ, ପ୍ରମୋଦ ନାୟକ, ଅଦ୍ୟୈତ ମହାପାତ୍ର, ଭୀମସେନ ନାୟକ, ବାନାମ୍ବର ନାୟକ, ପ୍ରହଲ୍ଲାଦ ପାତ୍ର, ମନୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରପୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


