ସ୍ୱର୍ଗର ଦରଜା
ଆଜି ଏମିତି ଏକ ସୁନ୍ଦର ତଥା ମନଲୋଭା ପ୍ରାକୃତିକ ସ୍ଥାନ ବିଷୟରେ କହିବୁ ଯେଉଁଠିକୁ ବର୍ଷସାରା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ବିଶେଷ କରି ଭାରତୀୟ ଦର୍ଶକ ଏଠାକୁ ବହୁ ସଂଖ୍ୟାରେ ଯାଇଥାନ୍ତି । କାରଣ ଏହି ସ୍ଥାନରେ ରହିଛି ସ୍ୱର୍ଗର ଦରଜା । ଚାଇନାରେ ରହିଛି ଏହି ଦରଜା । “ଦ ଗ୍ରେଟ୍ ୱାଲ୍ ଅଫ୍ ଚାଇନା’ପହେଉଛି ଏମିତି ଏକ ସ୍ଥାନ ଯେଉଁଠାରୁ ସ୍ୱର୍ଗକୁ ଭଲ ଭାବେ ଦେଖିହେବ । ଏଠାରେ ତିୟାନମେନ୍ ମାଉଣ୍ଟେନ ବି ରହିଛି । ଯାହାକୁ ସ୍ୱର୍ଗର ଶିଡ଼ି କୁହାଯାଏ ।
ଏହି ପର୍ବତରେ ଥିବା ଗୁମ୍ଫା ବିଶ୍ୱର ସବୁଠୁ ଉଚ୍ଚ ଗୁମ୍ଫା । ଏହାର ଉଚ୍ଚତା ୧୫୨୮ ମିଟର ଅର୍ଥାତ ପ୍ରାୟ ୫ ହଜାର ଫୁଟ ଉଚ୍ଚ । କୁହାଯାଏ ୨୫୩ ଶତାବ୍ଦୀରେ ଏହି ପାହାଡ଼ର କିଛି ଅଂଶ ଭାଙ୍ଗିପଡ଼ିଥିଲା । ପରେ ଏକ ଗୁମ୍ଫା ନିର୍ମାଣ ହୋଇଥିଲା । ୧୯୬ ଫୁଟ ଏବଂ ୧୮୭ ଫୁଟ ଚଉଡ଼ା ବିଶିଷ୍ଟ ଏହି ଗୁମ୍ପାକୁ ପୂରା ବାଦଲ ଢାଙ୍କି ରଖିଥାଏ । ଏହି କାରଣ ଯୋଗୁ ଏହାକୁ ସ୍ୱର୍ଗର ଦରଜା କୁହାଯାଏ । ବିଶ୍ୱରେ ଅନେକ ଗୁମ୍ଫା ରହିଛି । ମାତ୍ର ଏହି ଗୁମ୍ଫା ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଏହି ଗୁମ୍ପା ଉପରକୁ ଚଢ଼ିଲାବେଳେ ସମଗ୍ର ଚାଇନାକୁ ଦେଖିପାରିବେ । ଏଠାକୁ ଚଢ଼ିବାବେଳେ ବାଦଲ ଭିତରେ ପଶିବା ପରି ଅନୁଭବ କରିବେ । କୁହାଯାଏ, ୨୦୦ ଶତାବ୍ଦୀରେ ତିୟାନମେନ୍ ପାହାଡ଼ ନିକଟରେ ଏକ ଜଳପ୍ରପାତ ବି ଥିଲା । ଏହା ମାତ୍ର ୧୫ ମିନିଟ୍ ପାଇଁ ଦୃଶ୍ୟମାନ ହୁଏ । ଏହା ପରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଏ । ଏହାର ପାଣି ୧୫୦୦ ମିଟର ଉଚ୍ଚରୁ ସିଧା ତଳକୁ ପଡ଼ିଥାଏ । ଏବେ ଏହି ଜଳପ୍ରପାତର ଚିହ୍ନବର୍ଣ୍ଣ ନାହିଁ ।


