ଲୋଭୀ ଲୋକ ହୁଅନ୍ତି ଦୀର୍ଘାୟୁ!
ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଭଳି ମଜାଦାର ତଥ୍ୟ ପ୍ରକାଶ କରିଛନ୍ତି । ୬ ବର୍ଷ ତଳେ ସେମାନେ ଏହି ଗବେଷଣା ଆରମ୍ଭ କରିଥିବା ବେଳେ ଏବେ ତଥ୍ୟ ପ୍ରକାଶ କରିଛନ୍ତି । ୫୫ ହଜାର ଲୋକ ଯେଉଁମାନଙ୍କ ବୟସ ୭୮ରୁ ଅଧିକ ଥିଲା ସେମାନଙ୍କୁ ଏଥିରେ ସାମିଲ କରାଯାଇଥିଲା । ଗବେଷକ ମୁଖ୍ୟ ଡାନିଏଲ୍ ସିଇ’ଙ୍କ ମତରେ ଗବେଷଣାରେ ସାମିଲ ହୋଇଥିବା ଏତେ ସଂଖ୍ୟକ ଲୋକଙ୍କ ମତରେ ୯୦୦ ଜଣ ସବୁଠୁ ଅଧିକ ଲୋଭୀ ପ୍ରବୃତ୍ତିର ଥିଲେ । ନିଜ ଧନସମ୍ପତ୍ତି, କୋଠାବାଡ଼ି, କାର ଇତ୍ୟାଦି ନିଜ ପିଲାଙ୍କୁ ଦେବାରେ, ସେମାନଙ୍କର କୌଣସି ଆଗ୍ରହ ନଥିଲା । ବରଂ ଏଇ ବୟସରେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେ ଜଣ ରୀତିମତ ବ୍ୟାଙ୍କ ଯାଇ ବୁଝୁଥିଲେ, କେଉଁ ନିବେଶରେ କିଭଳି ସୁବିଧାମାନ ମିଳୁଛି। ଗବେଷଣାରେ ଅନ୍ତର୍ଗତ ଅନ୍ୟ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ସେଇ ୯୦୦ ଜଣଙ୍କ ମଧ୍ୟରୁ ୭୨୨ ଜଣ ବୟସ୍କ ଏବେ ପର୍ଯ୍ୟନ୍ତ ଜୀବିତ ଥିବା ସହ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି। ଏଇ ବୟସ୍କ ପିଢ଼ି ନିଜ ପିଲା କିମ୍ବା ପତ୍ନୀ କାହାକୁ ବିଶ୍ୱାସ କରୁନଥିବା ବେଳେ ଧନସମ୍ପତ୍ତି ହିଁ ସେମାନଙ୍କ ପାଇଁ ସବୁକିଛି ବୋଲି ଜଣାପଡ଼ିଛି ।


