ଆଶା ଓ ଆଶଙ୍କାରେ ନିର୍ଭୟା ଦୋଷୀ

ନିର୍ଭୟା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ମୁକେଶ ସିଂହ ଫାଶୀରୁ ବଞ୍ଚିବା ପାଇଁ ସର୍ବଶେଷ ଅସ୍ତ୍ର ପ୍ରୟୋଗ କରି ରାଷ୍ଟ୍ରପତି ରାମନାଥ କୋବନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ମୁକେଶ ସିଂହର ଏହି ରାଜକ୍ଷମା ଆବେଦନ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ବିଚାରାଧୀନ ଅବସ୍ଥାରେ ରହିଛି । ଏପ୍ରକାର ସ୍ଥିତିରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଜି ଦିଲ୍ଲୀ ହାଇକୋର୍ଟରେ ଆଗତ ଏକ ଯାଚିକାରେ କୁହାଯାଇଥିଲା ଯେ ଦୋଷୀ ରାଜକ୍ଷମା ଆବେଦନ କରିଥିବାରୁ ଏହା ଉପରେ ନିଷ୍ପତ୍ତି ନ ଆସିବା ପର‌୍ୟ୍ୟନ୍ତ ଦୋଷୀକୁ ଫାଶୀ ଦିଆଯାଇପାରିବ ନାହିଁ। ରାଷ୍ଟ୍ରପତି କ୍ଷମା ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବା ପରେ ଦୋଷୀଙ୍କୁ ୧୪ ଦିନର ସମୟ ଦେବାକୁ ହେବ ବୋଲି ଆବେଦନରେ ଦର୍ଶା ଯାଇଥିଲା। ଅନ୍ୟପକ୍ଷରେ ନିର୍ଭୟା ଦୋଷୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଏବେ ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ବିଚାରାଧୀନ ଅବସ୍ଥାରେ ଥିବାରୁ ଡେଥ୍ ୱାରେଣ୍ଟକୁ ରଦ୍ଦ କରାଯାଉ। ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରଚଳିତ ଜେଲ୍ ଆଇନ ଅନୁସାରେ ରାଷ୍ଟ୍ରପତିଙ୍କ ରାଜକ୍ଷମା ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ ଦିନର ସମୟ ଦିଆଯିବ ବ୍ୟବସ୍ଥା ରହିଛି ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା।
ତେବେ, ଆଜି ଅପରାହ୍ଣରେ ଦିଲ୍ଲୀ ହାଇକୋର୍ଟ ଏହି ଯାଚିକାକୁ ଖାରଜ କରିଦେବା ସହ ଡେଥ୍ ୱାରେଣ୍ଟକୁ ରଦ୍ଦ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ଏଥିସହ ଏ ପ୍ରସଙ୍ଗରେ ନିର୍ଭୟା ଦୋଷୀଙ୍କ ଓକିଲ ଯଦି ଚାହିଁବେ ତେବେ ସେ ତଳ ଟ୍ରାଏଲ କୋର୍ଟରେ ଆବେଦନ କରିପାରିବେ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ