ଭାସମାନ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
ଭଂଜନଗର,(ସନ୍ତୋଷ କୁମାର ଜେନା): ଭଂଜନଗର ସହର ଦେଇ ପ୍ରବାହିତ ହୋଇଥିବା ଲୋହରାଖଣ୍ଡି ନଦୀରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସକାଳେ ଉଦ୍ଧାର କରାଯାଇଛି । ଉଦ୍ଧାର ମହିଳା ଜଣକ ପରିଚୟ ମିଳିପାରିନାହିଁ । ସୂଚନାନୁସାରେ ସ୍ଥାନୀୟ ଲୋକେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ମହିଳାଙ୍କ ମୃତ ଦେହ ଭାସମାନ ଅବସ୍ଥାରେ ଦେଖିଥିଲେ । ଏହା ପରେ ସ୍ଥାନୀୟ ଅଂଚଳବାସୀ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଦେହକୁ ଜବତ କରିବା ସହ ଶବବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି । ରିପୋର୍ଟ ଲେଖା ହେବା ସୁଦ୍ଧା ମହିଳାଙ୍କ କୈାଣସି ପରିଚୟ ମିଳିପାରିନାହିଁ ।


