ଗଂଜାମ-ପୂରୀ ବିଶ୍ୱକର୍ମା ମହରାଣା , କର୍ମାର-ମନୁ ବଂଶର ସମ୍ମିଳନୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଛକ ସ୍ôଥିତ କଲ୍ୟାଣ ମଣ୍ଡପ ପରିସରରେ ଗଂଜାମ-ପୂରୀ ବିଶ୍ୱକର୍ମା ମହାରଣା, କର୍ମାର –ମନୁ ବଂଶର ମହାସମ୍ମିଳନୀ ସଭାପତି ବୃନ୍ଦାବନ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହ ସରକାରଙ୍କ ଉଦାସ ମନଭାବକୁ ସଭ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ । ପରେ ଏକ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲ।। ସଭାପତି ଭାବେ ତ୍ରିପତି ମହାରଣା, ଉପସଭାପତି ସୁଦାମ ମହାରଣା, କାର୍ଯ୍ୟକାରୀ ସଭାପତି ରାଧାଶ୍ୟାମ ମହାରଣା, ସମ୍ପାଦକ ରମାକାନ୍ତ ମହାରଣା, ସହ-ସମ୍ପାଦକ ବାବୁଲା ମହାରଣା, ସଂଗଠନ ସମ୍ପାଦକ ସନ୍ତୋଷ ମହାରଣା ଏବଂ କୋଷାଧ୍ୟକ୍ଷ ଭାବେ ଶମ୍ବୁ ମହାରଣା ଓ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ପ୍ରଫୁଲ କୁମାର ମହାରଣା ହୋଇଥିଲେ । ଏହି ସମ୍ମିଳନୀ କୁ ସଂଜୟ ମହାରଣା, ଶ୍ରୀକାନ୍ତ ମହାରଣା ଏବଂ ଅନ୍ୟାନ୍ୟ ସଭ୍ୟ ମାନେ ପରିଚାଳନାରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ