ଟ୍ରକ୍ ପଛକୁ କଣ୍ଟେନର୍ ଧକ୍କା, ଦୁଇ ମୃତଙ୍କ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ୧୬ ନମ୍ବର ଜାତୀୟ ରାଜପଥ ଛତ୍ରପୁର ଏକାମ୍ରନଗର ଛକ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁତ ଦୁର୍ଘଟଣାରେ ମୃତ ଦୁଇଜଣ ଟ୍ରକ୍ ଚାଳକଙ୍କ ପରିଚୟ ମିଳିଛି । ସେମାନେ ହେଲେ ପଶ୍ଚିମବଙ୍ଗ କଲିକତା ଗୋଲସି ଥାନା ବର୍ଦ୍ଧମାନ ଅଞ୍ଚଳର ଏସ୍.କେ.ଫୁଦ୍ଦିନ୍ ଅହମ୍ମଦ (୩୬) ଓ ଏସ୍.କେ.ମୋନିରୁଦ୍ଦ ହକ୍ (୩୦) ବୋଲି ଜଣାପଡିଛି । ଆଜି ମୃତ ଶରୀରର ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିଲା । ୧୨/୨୦୧୯ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା କଣ୍ଟେନର୍ ଏବଂ ଦୁଇ ପଶ୍ଚିମବଙ୍ଗର ଟ୍ରକକୁ ଜବତ କରାଯାଇଛି । କଣ୍ଟେନର୍ ଗାଡିର ଡ୍ରାଇଭରକୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି ।


